ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାବ : ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାବ। ଶୂନ୍ୟକାଳରେ ଏନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଆ ଝିଅ ରାଷ୍ଟ୍ରପତି ଭାବେ ସୋମବାର ଶପଥ ନେଇଛନ୍ତି । ଏହା ଆମ ପାଇଁ ଗୌରବର ବିଷୟ। ଆଜି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ ।ତେଣୁ ଏଥିପାଇଁ ବିଧାନସଭା ପକ୍ଷରୁ ସର୍ବ ସମ୍ମତି କ୍ରମେ ସଂକଳ୍ପ ପ୍ରସ୍ତାବ ଅଣାଯିବ।

ସୂଚନା ଅନୁସାରେ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥ ପାଠ କରାଇଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।

Related Posts