ଗୃହରେ ବିଶୃଙ୍ଖଳା ପାଇଁ ଲୋକସଭାରୁ ନିଲମ୍ବିତ ହେଲେ କଂଗ୍ରେସର ୪ ସାଂସଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲୋକସଭାରୁ ନିଲମ୍ବିତ ହେଲେ ୪ ଜଣ କଂଗ୍ରେସ ସାଂସଦ । ଗୃହରେ ହଙ୍ଗାମା ଏବଂ ବିଶୃଙ୍ଖଳା କରିବା କାରଣରୁ ୪ ଜଣ କଂଗ୍ରେସ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଲୋକସଭାରେ ଜାରି ରହିଥିବା ମୌସୁମୀ ଅଧିବେଶନର ଆଗାମୀ ସମସ୍ତ କାର୍ଯ୍ୟ ଦିବସରୁ ସେମାନଙ୍କୁ ସସପେଣ୍ଡ କରାଯାଇଛି ।ଲୋକସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସାଂସଦ ହେଉଛନ୍ତି, ମାନିକମ୍‌ ଟାଗୋର, ରାମ୍ୟା ହରିଦାସ, ଜୋଥିମାନି ଏବଂ ଟିଏନ୍‌ ପ୍ରଥପ୍ପନ୍‌ ।

Related Posts