ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଝାରପଡ଼ା ଜେଲ୍‌ରେ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ । ଟଏଲେଟ ଭିତରେ ଇନ୍‌ଭଟରର ତାର ବେକରେ ଗୁଡ଼ାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ପ୍ରଦୀପ । ଟଏଲେଟର କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରିଛନ୍ତି ଜେଲ କର୍ମଚାରୀ ।

ଝାରପଡ଼ା ଜେଲ ଭିତରେ ଥିବା ୱେଲଫେୟାର ଅଫିସର ଜଣେ ପିଅନଙ୍କ ସହ କୌଣସି ଏକ କାମକୁ ନେଇ ଚୁକ୍ତିତର୍କ କରିଥିଲେ । ଏହା ପରେ ସେ ଟଏଲେଟରେ ଥିବା ଇନ୍‌ଭଟର ତାର ଛିଡ଼ାଇ ବେକରେ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ମାନସକି ଅବସ୍ଥା ଠିକ ନଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାକକୁ ପଠାଯାଇଛି । ଏହାକୁ ମିଶାଇ ପ୍ରଦୀପ 3 ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ।

ଏହା ପୂର୍ବରୁ ବି ପ୍ରଦୀପ ହାତ କାଟି ଏବଂ ରେଲିଂରେ ନିଜ ମୁଣ୍ଡପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରଦୀପ ରହୁଥିବା 6 ନମ୍ବର ୱାର୍ଡରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରାଯାଇଛି । ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ୨୦୧୪ରେ ସମସ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ସିବିଆଇ ଅର୍ଥତତ୍ତ୍ବ ସଂପର୍କିତ ମାମଲା ଗୁଡିକର ତଦନ୍ତ କରିଥିଲା।

ସେପଟେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ସମାଲୋନା କରିଛନ୍ତି ବୁଦ୍ଧିଜୀବୀ । ସେମାନଙ୍କ କହିବା  କଥା ଯିଏ ଲୋକଙ୍କୁ ଠକି ବିଳାସମୟ ଜୀବନ ଯାପନ କରୁଥିଲା ସେ ଦୀର୍ଘ ଦିନ ଧରି ଜେଲରେ ରହି ରୁନ୍ଧି ହୋଇଯିବାକରୁ ଏଭଳି ଆତ୍ମହତ୍ୟାର ବାହାନା କରୁଛି । ହୁଏତ ସେ ବେଲ୍‌ ପାଇବାରେ ସହଜ ହେବ ବୋଲି ଭାବି ପ୍ରଦୀପ ଏଭଳି କରିଥିବା କୁହାଯାଉଛି ।

Related Posts