ସ୍କର୍ପିଓକୁ ଧକ୍କା ଦେଲା କାର-5 ଶ୍ରମିକ ମୃତ

(ସତ୍ୟପାଠ ବ୍ୟୁରୋ) ସୁନ୍ଦରଗଡ଼: ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ୍ ଓ୍ବେ ନିକଟରେ ସଡକ ଦୁର୍ଘଟଣା । ଡିଭାଇଡରକୁ ଅତିକ୍ରମ କଲାବେଳେ ସ୍କର୍ପିଓ ସହ ମୁହାଁମୁହିଁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ କାମ କରୁଥିବା ଶ୍ରମକଙ୍କ ଉପରେ ମାଡି ଯିବାରୁ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ 7 ଜଣ ଗୁରୁତର ଅଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକ ବିଜୁ ଏକ୍ସପ୍ରେସ ଓ୍ବେ ନିକଟରେ କିଛି ଶ୍ରମିକ ରାସ୍ତାକାମରେ ନିୟୋଜିତ ଥିଲେ । ରାସ୍ତାର ଗୋଟିଏ ପଟୁ କାର ଆସୁଥିବା ବେଳେ ବିପରୀତ ଦିଗରୁ ସ୍କର୍ପିଓ ଆସୁଥିଲା । କାରଟି ଡିଭାଇଡରକୁ ସାଇଡ କରି ଯାଉଥିବାବେଳେ ଭାରସାମ୍ୟ ହରାଇ ସ୍କର୍ପିଓ କୁ ଧକ୍କା ଦେଇ ନିକଟରେ କାମ କରୁଥିବା ଶ୍ରମକଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ 5 ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହା ସହ କାରରେ ଥିବା ଆଉ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାର୍‌ଟି ରାଉରକେଲାରୁ ସୁନ୍ଦରଗଡ ଆସୁଥିବାବେଳେ ସ୍କର୍ପିଓ  ସୁନ୍ଦରଗଡରୁ ରାଉରକେଲା ଆସୁଥିଲା ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

Related Posts