ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଆଲୋଚନା ହେଲାନାହିଁ ରତ୍ନଭଣ୍ଡାର ପ୍ରସଙ୍ଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ ଉଠି ନାହିଁ। ପରିଚାଳନା କମିଟି ଏଜେଣ୍ଡାରେ ରତ୍ନଭଣ୍ଡାର ପ୍ରସଙ୍ଗ ନଥିବାରୁ ଏହା ଉଠିଲା ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ।

ଏହି ବୈଠକରେ ୬ ଅଗଷ୍ଟ ୨୦୨୨ର ବିବରଣୀ ଦୃଢ଼ିକରଣ କରାଯାଇଛି । ନୀତି ସବ କମିଟି ବୈଠକ ନିଷ୍ପତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ଗ୍ରହଣ କରିଛନ୍ତି । ଓଆରଏସଇସି ମାଧ୍ୟମରେ ଜଗନ୍ନାଥ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ କରାଯାଇଛି । ଆଦର୍ଶ ଗୁରୁକୂଳ ସୋସାଇଟି ରେଜିଷ୍ଟ୍ରସନ ପାଇଁ ବିର୍ଲା ସହ ଏମଓୟୁ ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଛି। ସେପଟେ ସେବକ ବାସଗୃହ ପ୍ରୋଜେକ୍ଟ ଉପରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି । ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ହେବ ସେବକ ବାସଗୃହ ନିର୍ମାଣ ହେବ ବୋଲି ସୂଚନା ମିଳିଛି।

Related Posts