ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ବଢିଲା ସମ୍ବଲପୁର କଚେରୀ ଛକରେ ଲାଗିଥିବା ୧୪୪ ଧାରାର ସମୟସୀମା। ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ ଏହି ୧୪୪ ଧାରା ବଳବତ୍ତର ରହିବ । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ସମ୍ବଲପୁରରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଥିଲା | କଚେରୀ ଛକରେ କୋର୍ଟ ପରିସରର ୨୦୦ ମିଟର ପରିଧି ଭିତରେ ଏହି ୧୪୪ ଧାରା ବଳବତ୍ତର ରହିଥିଲା | କିନ୍ତୁ ପରେ ଏହି ୧୪୪ ଧାରାର ସମୟସୀମକୁ ବୃଦ୍ଧି କରାଯାଇଥିଲା ।
ପ୍ରଥମେ ୨୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ରଖିବାକୁ ଉପ- ଜିଲ୍ଲାପାଳ ପ୍ରଭାସ ଡନସନା ଘୋଷଣା କରିଥିଲେ | ହେଲେ ଏବେ ଏହି ସମୟସୀମାକୁ ପୁଣି ଥରେ ବୃଦ୍ଧି କରାଯାଇଛି ।ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ସମ୍ବଲପୁର ଉପ ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ଅନ୍ୟପଟେ ଓକିଲ ଆନ୍ଦୋଳନ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଜଣ ଓକିଲ , ଜଣେ ସାଧାରଣ ନାଗରିକ ଓ ୮ ଜଣ କିନ୍ନର ଗିରଫ ହୋଇସାରିଲେଣି | ତେବେ ଏହି ଗିରଫଦାରୀକୁ ବିରୋଧ କରି ଏବେ ଯାଏଁ ଆଇନଜୀବୀ ମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଉନାହାନ୍ତି|
