୩୦ ଫୁଟ ଗଭୀର ଖାଇକୁ ଖସିଲା ବିଜେପି ବିଧାୟକଙ୍କ ଫର୍ଚୁନର୍ କାର୍, ବିଧାୟକଙ୍କ ସମେତ ୪ ଗୁରୁତର

ଭୁବନେଶ୍ୱର,୨୪/୧୨(ସତ୍ୟପାଠ ବ୍ୟୁରୋ): ଦୁର୍ଘଟଣାର ଶିକାର ହେଲେ ବିଜେପି ବିଧାୟକ। ୩୦ ଫୁଟ ଖାଇକୁ ଖସିଲା ବିଧାୟକଙ୍କ ଫର୍ଚୁନର୍ କାର୍। ମହାରାଷ୍ଟ୍ର ସତାରା ଜିଲ୍ଲାର ଫଲଟନ୍ ନିକଟରେ ବିଜେପି ବିଧାୟକ ଜୟକୁମାର ଗୋରେଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି।

ପୁଲିସ ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ବିଧାୟକଙ୍କ ସମତେ ଦୁଇ ଜଣ ଗାର୍ଡ ଓ ଗାଡି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଲୋନନ୍ଦ-ଫଲଟନ ମାର୍ଗରେ ଥିବା ପୋଲ ନିକଟରେ ୩୦ ଫୁଟ ଖାଇ ତଳକୁ ଗାଡିଟି ଖସି ପଡିଥିଲା।

ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ବିଜେପି ବିଧାୟକ ଜୟକୁମାରଙ୍କୁ ପୁଣେର ରୁବି ହଲ୍ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତଙ୍କ ଅନ୍ୟ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଜୟକୁମାର ସତାରା ଜିଲ୍ଲା ମାନ ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

Related Posts