ପାଲଘରର ଇସ୍ପାତ କାରଖାନାରେ ଶ୍ରମିକଙ୍କ ଆକ୍ରମଣ; ୧୯ ପୁଲିସ ଆହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ପାଲଘରର ଇସ୍ପାତ କାରଖାନାରେ ଶ୍ରମିକଙ୍କ ଆକ୍ରମଣ । ଭିଡର ଅଧିକାଂଶ ଲୋକ ଶ୍ରମିକ ସଙ୍ଗଠନ ସହିତ ଜଡ଼ିତ ଏବଂ ଶ୍ରମିକ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ସେପଟେ ଇସ୍ପାତ କାରଖାନା ପରିଚାଳନା ସହିତ କିଛି ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଶ୍ରମିକ ସଙ୍ଗଠନ ସହିତ ଜଡ଼ିତ ୧୦୦ରୁ ଅଧିକ ଲୋକେ ଆସି ଇସ୍ପାତ କାରଖାନା ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ଏଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ।

କିନ୍ତୁ ଭିଡକୁ ସମ୍ଭାଳିବାରେ ପୁଲିସ ଅସମର୍ଥ ହେଲା । ଏହି ଘଟଣାରେ ୧୯ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । କେବଳ ଏତିକି ନୁହେଁ ବରଂ ହିଂସାତ୍ମକ ଶ୍ରମିକମାନେ କେତେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ୧୨ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଏପର୍ଯ୍ୟନ୍ତ ୨୭ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts