ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ: ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ ହୋଇଛି । ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବା ସହିତ ସେଠାରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ସେମାନେ ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବ୍ୟାରିୟର ମଧ୍ୟ ଭାଙ୍ଗିଦେଇଛନ୍ତି ।

ଦିଲ୍ଲୀ ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟୁଇଟ୍ କରି ଲେଖିଛନ୍ତି, ବିଜେପିର ଗୁଣ୍ଡା ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ ବିଜେପିର ପୋଲିସ ସେମାନଙ୍କୁ ରୋକିବା ବଦଳରେ ତାଙ୍କୁ ଦ୍ୱାର ପର୍ଯ୍ୟନ୍ତ ଆଣିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଏହି ଆକ୍ରମଣ ହେବା ପଛରେ ବିଜେପି ଯୁବମୋର୍ଚ୍ଚାର ସିଧାସଳଖ ହାତ ଥିବା କୁହାଯାଉଛି। କାଶ୍ମୀର ହିନ୍ଦୁଙ୍କୁ ନେଇ କେଜ୍ରିୱାଲ ଦେଇଥିବା ବୟାନକୁ ବିଜେପି ଯୁବମୋର୍ଚ୍ଚା ବିରୋଧ କରୁଛି । ଯାହାକୁ ନେଇ ପ୍ରବଳ ନାରାବାଜି ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଦିଲ୍ଲୀ ନର୍ଥ ଡିସିପି କହିଛନ୍ତି ଯେ, ବିଜେପି ଯୁବ ମୋର୍ଚ୍ଚାର ବିରୋଧ ପ୍ରଦର୍ଶନ ଚାଲିଥିଲା, ଯେଉଁଥିରେ କିଛି ପ୍ରଦର୍ଶନକାରୀ ଏଭଳି କରିଛନ୍ତି । ସିସିଟିଭି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା, ସିଏମଙ୍କ ବାସଭବନ ଗେଟ୍ ଉପରକୁ ରଙ୍ଗ ମାଡ କରାଯାଇଥିଲା । ଏହି ଘଟଣାରେ ୫୦ ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇ ନେଇଛି ବୋଲି ସେ ସୂଚନା ଦେଇଛନ୍ତି । ଆଗକୁ ମଧ୍ଯ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନକୁ ଚିହ୍ନଟ କରି ଗିରଫ କରାଯିବ।

Related Posts