ୟୁପିରେ ଦ୍ୱାଦଶ ବୋର୍ଡର ଇଂରାଜୀ ପେପର ଲିକ; ୨୪ ଜିଲ୍ଲାରେ ବାତିଲ ହେଲା ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା କାଗଜ ଲିକ ହୋଇଛି । ଏହା ପରେ ବରେଲି, କାନପୁର, ଗାଜିଆବାଦ, ସୀତାପୁର, ଗୋରଖପୁର ଏବଂ ଆଗ୍ରା ସମେତ ୨୪ ଟି ଜିଲ୍ଲାରେ ଇଂରାଜୀ ପରୀକ୍ଷାକୁ ବାତିଲ କରାଯାଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇଂରାଜୀ ପରୀକ୍ଷା ପୁଣିଥରେ କରାଯିବ ବୋଲି ସୂଚନା ମିଳିଛି । ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ହସ୍ତାନ୍ତର କରାଯାଇଛି। ସେପଟେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଂରାଜୀର ଦୁଇଟି ସେଟର ପେପର ଲିକ୍ ହୋଇଛି ।

୨୪ ଟି ଜିଲ୍ଲାର ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥାନ୍ତେ । ଏହି ପରୀକ୍ଷା ଆଜି ଅପରାହ୍ନ ୨ ଟାରେ ହେବାର ଥିଲା । ଅନ୍ୟପଟେ ସିଏମ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଏହି ପରୀକ୍ଷା ବାତିଲ କରାଯାଇଥିବାର ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ରକ୍ଷା କରାଯିବ ନାହିଁ ଏବଂ ଏନଏସଏ ଅଧୀନରେ ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts