ଅଷ୍ଟ୍ରେଲିଆନ ଓପନ ଟେନିସ; ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଲେ ଏରିନା ସାବଲେଙ୍କା

ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି କାଜକସ୍ତାନର ଏରିନା ସାବଲେଙ୍କା । ଫାଇନାଲରେ ସେ ବେଲାରୁଷର ଏଲେନା ରାଇବାକିନାଙ୍କୁ ୪-୬, ୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ଏହି ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ହୋଇଥିଲା । ପ୍ରଥମ ସେଟରେ ସାବଲେଙ୍କା ଜିତିବା ପରେ ଦ୍ୱିତୀୟ ସେଟକୁ ଏଲେନା ଜିତି ନେଇଥିଲେ । ତେବେ ନିର୍ଣ୍ଣାୟକ ସେଟରେ ବାଜି ମାରିଥିଲେ ସାବଲେଙ୍କା । ଏହା ତାଙ୍କ କ୍ୟାରିୟରର ପ୍ରଥମ ମହିଳା ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ମହିଳା ଡବଲ୍ସରେ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ ଓ ୨୦୧୯ରେ ୟୁଏସ ଓପନ ଜିତିଛନ୍ତି ।

ରବିବାର ଗ୍ରୀସର ଷ୍ଟେଫନୋସ ସିଟସିପାସ ଓ ସର୍ବିୟାର ୨୧ ଥର ଗ୍ରାଣ୍ଡ ସ୍ଲାମ ଟାଇଟଲ ବିଜେତା ନୋଭାକ ଜୋକୋଭିଚଙ୍କ ମଧ୍ୟରେ ପୁୁରୁଷ ସିଙ୍ଗଲ୍ସ ଫାଇନାଲ ଖେଳାଯିବ । ସୂଚାନଯୋଗ୍ୟ, ଭାରତୀୟ ଯୋଡି ସାନିଆ ମିର୍ଜା ଓ ରୋହନ ବୋପାନ୍ନା ମିକ୍ସଡ ଡବଲ୍ସରେ ରନର୍ସଅପ ହୋଇଛନ୍ତି ।

Related Posts