ଗୋଲମିରିଚ, ଅଦା ଓ ମହୁ ଦ୍ୱାରା କୋଭିଡ ଭଲ ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା: ସରକାର

pandichery

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ ମହାମାରୀ ସହ ଲଢୁଛି । ଏପରିସ୍ଥଳେ ମହାମାରୀ କରୋନାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ଭାଇରାଲ ହେବାରେ ଲାଗିଛି । ତେବେ ଗତ କିଛି ଦିନ ମଧ୍ୟରେ ଅନେକ ଜାଲ ତଥ୍ୟକୁ ଖଣ୍ଡନ କରିବା ସହ ଟୀକାକରଣ ଏବଂ ଚିକିତ୍ସା ସମ୍ବନ୍ଧରେ ଅନେକ ତଥ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବା ପାଇଁ ସରକାର ଅନୁରୋଧ କରିଛନ୍ତି । ଏହା ସହ ମିଥ୍ୟା ଗୁଜବକୁ ରୋକିବା ଓ ଚିହ୍ନଟ କରିବା ପାଇଁ ସରକାରଙ୍କ ଫ୍ୟାକ୍ଟ ଯାଞ୍ଚ ଯନ୍ତ୍ର ମଧ୍ୟ କାର୍ଯ୍ୟ କରୁଛି । ଭାଇରାଲ ହେଉଥିବା ଫେକ ତଥ୍ୟକୁ କୈଣିସି ଯାଞ୍ଚ ନକରି ସେୟାର କରିବା ଓ ଅଯଥା ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ପ୍ରତୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି । କେବଳ ଭାରତ ସରକାର ଦେଉଥିବା କରୋନା କିମ୍ବା ଭାକ୍ସିନ ସମ୍ବନ୍ଧୀୟ ସୂଚନା ପାଇଁ ସରକାରୀ ଚ୍ୟାନେଲ ଉପରେ ନିର୍ଭର କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଟୀକକରଣର ତୃତୀୟ ପର୍ଯ୍ୟାୟ ମେ’ ୧ରୁ ଆରମ୍ଭ ହେବାକୁ ଯାଉଛି । ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ଏହି ଟୀକା ନେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related Posts