ମୋଦି ସରକାରଙ୍କ ଠାରୁ ପଦ୍ମଭୂଷଣ ପାଇବାରେ ପ୍ରଥମ କଂଗ୍ରେସ ନେତା ହେବାକୁ ଯାଉଛନ୍ତି ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ଦେବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ଅଧିକ ସମୟ ନଥିବା ବେଳେ ଏହା ଘଟିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ଗୁଲାମ ନବୀ ଆଜାଦ ହେଉଛନ୍ତି ପ୍ରଥମ କଂଗ୍ରେସ ନେତା ଯିଏ ମୋଦି ସରକାରଙ୍କ ଠାରୁ ପଦ୍ମ ଭୂଷଣ ପୁରସ୍କାର ପାଇବାକୁ ଯାଉଛନ୍ତି । ସେପଟେ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିବା ଦ୍ୱାରା କଂଗ୍ରେସ ଦଳରେ ମଧ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି । ତାଙ୍କ ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପୁରସ୍କାର ମିଳିଥିଲା । କିନ୍ତୁ ସେହିସମୟରେ ସେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ ତୁଲାଉଥିଲେ । ଅନ୍ୟପଟେ ଗୁଲାମ ନବୀ ଆଜାଦ ଜି-୨୩ ନେତାଙ୍କ ମଧ୍ୟରେ ଅଛନ୍ତି ।

ଯେଉଁମାନେ ଦଳର ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଲାମ ନବୀ ଆଜାଦଙ୍କୁ ଅନେକ ବାର ପ୍ରଶଂସା କରିଛନ୍ତି । ଏବଂ ବର୍ତ୍ତମାନ ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଛି । ଯାହା ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଗତ ବର୍ଷ ଜାମ୍ମୁ-କାଶ୍ମୀରରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ଅନୁଶାସନ କାର‌୍ୟ୍ୟ କମିଟିର ପୁନଃନିର୍ମାଣ କରିଥିଲେ। ଏହି ପ୍ୟାନେଲରୁ ଆଜାଦଙ୍କ ନାମ ଛାଡି ଦିଆଯାଇଥିଲା । ଏହା ପରେ ଜାମ୍ମୁ-କାଶ୍ମୀର କଂଗ୍ରେସରୁ ୨୦ ଜଣ ନେତା ଦଳରୁ ଇସ୍ତଫା ଦେଇଥିଲେ ।

Related Posts