(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ପ୍ରତ୍ୟେକ କୋଭିଡ ହସ୍ପିଟାଲ ଏବଂ ଆବଶ୍ୟକୀୟ ବ୍ୟକ୍ତି ମାନଙ୍କୁ ଅକ୍ସିଜେନ ଯୋଗାଇବା ପ୍ରକିୟା ଆରମ୍ଭ କରିଛି ଜୋମାଟୋ ଇଣ୍ଡିଆ । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲୁଥିବା ବେଳେ ଦେଶର ବିଭନ୍ନ କୋଭିଡ ହସ୍ପିଟାଲ ମାନଙ୍କରେ ପୀଡିତ ରୋଗୀଙ୍କ ପାଇଁ ଅମ୍ଳଜାନର ଘୋର ଅଭାବ ଦେଖିବା ପାଇଁ ମିଳୁଛି । ଏପରିସ୍ଥଳେ ଜୋମାଟୋର ଅମ୍ଳଜାନ ଯୋଗାଇବା ପ୍ରକିୟା ରୋଗୀମାନଙ୍କ ପାଖରେ ସହଜରେ ଅମ୍ଳଜାନ ପହଁଞ୍ଚି ପାରିବ । ତେବେ ଲଜିଷ୍ଟିକ ଫାର୍ମ ଡେଲେଭରି ସହିତ ମିଶି ଜୋମାଟୋ ଇଣ୍ଡିଆ ଡାକ୍ତରଖାନା ଓ ଆବଶ୍ୟକ ରଖୁଥିବା ପରିବାରଙ୍କୁ ଅମ୍ଳଜାନ ଯୋଗାଇବ ବୋଲି ସୂଚନା ମିଳିଛି । ଅନ୍ୟପଟେ ‘ହେଲପ ସେଭ ମାଇ ଇଣ୍ଡିଆ’ ପଦକ୍ଷେପର ଏକ ଅଂଶ ଭାବରେ ଜୋମାଟୋ ସାରା ଦେଶରେ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ସହିତ ଫିଡି ଇଣ୍ଡିଆ ପାଇଁ ୫୦ କୋଟି ଟଙ୍କା ସଂଗ୍ରହ କରୁଛି । ତେବେ ଜୋମାଟୋର ସମସ୍ତ ପ୍ରକିୟା ଅନଲାଇନ ଓ ଅର୍ଡର ମାଧ୍ୟମରେ ହେବ ବୋଲି ଜୋମାଟୋ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
Related Posts
-
Copyright © SatyaPatha2021