ତୈଳ ଦର କିପରି ବୃଦ୍ଧି କରିବା, ଯୁବକଙ୍କ କିଭଳି ଫମ୍ପା ସ୍ୱପ୍ନ ଦେଖାଇବା ଏଭଳି ଅନେକ କାମକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଦିନ ଗୁରୁତ୍ୱ ଦେଉଛନ୍ତି: ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ହୁ ହୁ ହୋଇ ପେଟ୍ରୋଲ ଓ ଡିଜେଲର ଦର ବଢ଼ିବାରେ ଲାଗିଛି । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଏହା ସହ ଯୁବକଙ୍କ ରୋଜଗାର, ସରକାରୀ ଅନୁଷ୍ଠାନର ଘରୋଇକରଣ ଓ କୃଷକଙ୍କ ସମସ୍ୟାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଦୈନିକ ସୂଚୀ ପ୍ରସ୍ତୁତ କରି ଟ୍ୱିଟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଏବେ ତାଙ୍କ ଦୈନିକ କାର୍ୟ୍ୟକ୍ରମ ସୂଚୀ ତାଲିକାରେ ଏସବୁ କାମକୁ ଗୁରୁତ୍ୱ ଦେଉଛନ୍ତି । ଏହି କାମ ମଧ୍ୟରେ ତୈଳଦର କେତେ ବୃଦ୍ଧି ପାଇବ, ଯୁବକଙ୍କୁ କିଭଳି ଭାବେ ଫମ୍ପା ସ୍ୱପ୍ନ ଦେଖାଯାଇ ପାରିବ, ଲୋକମାନେ ମହଙ୍ଗାମାଡ ଉପରେ କିଭଳି ଆଲୋଚନା ନକରିପାରିବେ, ଆଜି କେଉଁ ସରକାରୀ କମ୍ପାନୀ ବିକ୍ରି କରାଯିବ , କୃଷକଙ୍କୁ କେମିତି ଆହୁରି ଅସହାୟ କରାଯାଇପାରିବ ।

ଏସବୁ ପ୍ରଧାନମନ୍ତ୍ରୀ ତାଙ୍କ ଦୈନିକ କାର୍ୟ୍ୟ ସୂଚୀରେ ସାମିଲ କରିଥିବା କଥା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି । ସେପଟେ ୫ ଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏବେ ଦୈନିକ ପେଟ୍ରୋଲ ଓ ଡିଜେଲର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ଗତ ୯ ଦିନ ମଧ୍ୟରେ ଦେଶରେ ତୈଳଦର ୮ ଥର ବୃଦ୍ଧି ପାଇଛି । ସବୁଠାରୁ ବଡକଥା ହେଉଛି କି ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୌଦ୍ଧିତ ତୈଳଦର ଲଗାତର ଭାବେ କମିବାରେ ଲାଗିଛି ସେତେବେଳେ ଦେଶରେ ଦୈନିକ ୧ ଟଙ୍କା ପର୍ୟ୍ୟନ୍ତ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts