ତାରିଖ ପରେ ତାରିଖ…

ପୁଣି ଘୁଞ୍ଚିଲା ରାମ ମନ୍ଦିର ବିବାଦ ମାମଲାର ଶୁଣାଣି । ସୁପ୍ରିମକୋର୍ଟରେ ଆରମ୍ଭ ହୋଇପାରିଲାନି ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି । ଶୁଣାଣି ଆରମ୍ଭ ହେବା ପୂର୍ବରୁ ୫ ଜଣିଆ ଖଣ୍ଡପୀଠରୁ ଓହରିଗଲେ ଜଷ୍ଟିସ ୟୁ.ୟୁ. ଲଳିତ । ଫଳରେ ଶୁଣାଣି ସ୍ଥଗିତ ରହିଲା । ଜାନୁଆରୀ ୨୯ରେ ହେବ ପରବର୍ତ୍ତୀ ଶୁଣାଣି । ତା ପୂର୍ବରୁ ପୁଣି ଗଠନ ହେବ ନୂଆ ଖଣ୍ଡପୀଠ । ୫ ଜଣରୁ କମ୍ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ଗଠନ ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିବା ପରେ ପୁଣି ନୂଆ ଖଣ୍ଡପୀଠ ଗଠନ ଜରୁରୀ ହୋଇପଡ଼ିଛି ।

୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଆଜି ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ କରିବାର ଥିଲା । ହେଲେ ଶୁଣାଣି ଆରମ୍ଭ ହେବା ପୂର୍ବରୁ ଜଷ୍ଟିସ ୟୁ ୟୁ ଲଳିତ ଓହରି ଯାଇଥିଲେ । ଶୁଣାଣି ପୂର୍ବରୁ ଆଡଭୋକେଟ୍‌ ରାଜେଶ ଧାୱନ ପ୍ରଶ୍ନ ଉଠାଇଥିଲେ ଯେ ଜଷ୍ଟିସ ଲଲିତ ଏହି ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପାଇଁ ଓକିଲାତି କରିସାରିଛନ୍ତି । ତେଣୁ ଜଷ୍ଟିସ ଲଳିତ ମାମଲାର ଶୁଣାଣି କରିବେ ନାହିଁ । ପ୍ରକୃତରେ ଆଜି ସୁପ୍ରମିକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ହୋଇନଥାନ୍ତା । କେବଳ ମାମଲା ପରିଚାଳନା ପାଇଁ ସମୟସୂଚୀ ବା ତାରିଖ ଧାର୍ଯ୍ୟ କରାଯାଇଥାନ୍ତା ।

Related Posts