କ୍ଷୁଦ୍ର ବ୍ୟବସାୟୀଙ୍କୁ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବନି

gst relaxation for small business

ନୂଆଦିଲ୍ଲୀରେ ଅନୁଷ୍ଠିତ GST ପରିଷଦର ୩୨ତମ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଉତ୍ପାଦକଙ୍କ ପାଇଁ କମ୍ପୋଜିସନ ସ୍କିମ୍‌ ଲାଗୁ ସୀମା କୋଟିଏରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରିଛି ଜିଏସ୍‌ଟି ପରିଷଦ । ଏହା ଏପ୍ରିଲ ପହିଲାରୁ ଲାଗୁ ହେବ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଉ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବିନି । ସେମାନଙ୍କୁ ପ୍ରତି ୩ ମାସରେ ଟ୍ୟାକ୍ସ ଜମା କରିବାକୁ ପଡ଼ିବ । ଆଜିର ଜିଏସ୍‌ଟି ପରିଷଦ ବୈଠକରେ ଘରୋଇ ଉପକରଣ ଓ ଘରବାଡ଼ି କିଣାବିକା କ୍ଷେତ୍ରରେ ମଧ୍ୟ ରିହାତି ମିଳିବା ଆଶା କରାଯାଉଛି ।

ନିର୍ମାଣାଧୀନ ଗୃହ ଉପରେ GST ୧୨{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e}ରୁ ୫{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e}କୁ କମିପାରେ । ସିମେଣ୍ଟ ଉପରେ GST କମିବାର ସମ୍ଭାବନା କମ୍‌ ରହିଛି । ତମାଖୁ ଦ୍ରବ୍ୟ ଉପରେ ଅତିରିକ୍ତ ସେସ୍‌ ଲଗାଇବା ନେଇ ବୈଠକରେ ହୋଇପାରେ ଚର୍ଚ୍ଚା । ଘରୋଇ ଭଳି ସରକାରୀ ଲଟେରୀ ଉପରେ ବି ଲାଗିପାରେ ୨୮{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} GST । ଏବେ ରାଜ୍ୟ ସରକାରୀ ଲଟେରୀ ଉପରେ ୧୨{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e}ରୁ ୧୮{803a785dbb02f98c02c6fa28b2f90dce02ec643d6792a5e1e7d8c47052c3326e} GST ଲାଗୁଛି । ଲଟେରି ଉପରେ GST ବଢ଼ିଲେ ୧୨୫୦ କୋଟି ଟଙ୍କାର ରାଜସ୍ବ ବଢ଼ିବ ।

Related Posts