୩୧ ଡିସେମ୍ବର ସୁଦ୍ଧା ଶେଷ ହେବ ଅଯୋଧ୍ୟା ‘ରାମ ଦରବାର ‘ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୮/୭(ସତ୍ୟପାଠ ବ୍ୟୁରୋ):  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହିତ ଦେଶବାସୀ ତଥା ସନାତନ ପ୍ରେମୀଙ୍କ ସ୍ୱପ୍ନ ଚଳିତବର୍ଷ ଜାନୁଆରୀ ୨୩ରେ ପୂରଣ ହୋଇଥିଲା। ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହ ବିଧିପୂର୍ବକ ସମ୍ପର୍ଣ୍ଣ ହୋଇସାରିଛି । କିନ୍ତୁ ମନ୍ଦିରର ନିର୍ମାଣ କାର୍ଯ୍ୟ ଏବେବି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ରାମ ମନ୍ଦିର କମିଟି ଦ୍ୱାରା ଏକ ବୈଠକ ଡକାଯାଇଥିଲା, ଯେଉଁଥିରେ ରାମ ମନ୍ଦିର କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମଧ୍ୟ ଅଂଶଗ୍ରହଣ କରିଥିଲେ ।

ରାମ ମନ୍ଦିର କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ । ରାମ ମନ୍ଦିରର ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ମଧ୍ୟ ଶେଷାବତାର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଭୁମି ପୂଜନ ମଧ୍ୟ କରାଯାଇଛି । ସର୍କିଟ ହାଉସରେ ରାମ ମନ୍ଦିର ନିର୍ମାଣ ଉପରେ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ, ରାମ ମନ୍ଦିରର ପ୍ରଥମ ତାଲାରେ ଯାହା ବି ବ୍ୟବସ୍ଥା ଅଛି ତାହା ନିଶ୍ଚିତ ହେବା ଆବଶ୍ୟକ।

ସେ ଆହୁରି ଆହୁରି ମଧ୍ୟ କହିଛନ୍ତି ଯେ ରାମ ମନ୍ଦିରର ପ୍ରଥମ ତାଲାରେ ଏପରି ରେଲିଂ ସ୍ଥାପନ କରାଯିବା ଉଚିତ ଯାହା ଦ୍ବାରା ଯଦି କୌଣସି ପିଲା ସେଠାରେ ପହଞ୍ଚନ୍ତି ତେବେ ତାଙ୍କ ପଡ଼ିଯିବାର ସମ୍ଭାବନା ନାହିଁ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପ୍ରକାର ସୁରକ୍ଷାକୁ ଗୁରୁତ୍ବ ଦିଆଯିବ । ଆଜିର ବୈଠକରେ ସମସ୍ତ ନିଷ୍ପତ୍ତି ସମାପ୍ତ ହେବ । ଏକମାତ୍ର ଲକ୍ଷ୍ୟ ହେଉଛି ୩୧ ଡିସେମ୍ବର ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବା ।

Related Posts