ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା; ତଦନ୍ତ ପାଇଁ ଗଠନ ହେଲା ଇନକ୍ବାରୀ ଟିମ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେବି ଛାତ୍ରୀ ରୁତିକା ମହାନ୍ତିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଏହି ଘଟଣାରେ ମୁହଁ ଖୋଲିଛନ୍ତି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଇନକ୍ବାରୀ ଟିମ୍ ଗଠନ ହୋଇଛି । ଟିମ୍ରେ କଲେଜର ୭ ଜଣ ସଦସ୍ୟ ଅଛନ୍ତି । ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି । ସେପଟେ ସୋମବାର ହେବାକୁ ଥିବା ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ରହିଥିଲା । ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।ସେପଟେ, ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ରୁଚିକାଙ୍କ ମା’ ଧାରଣା ଦେଇଛନ୍ତି ।

ସୁଇସାଇଡାଲ୍ ନୋଟ୍ରେ ଲେଖା ଥିବା ୩ ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିସ୍କାର କରିବାକୁ ମୃତ ଛାତ୍ରୀଙ୍କ ମା’ ଦାବି କରିଛନ୍ତି । ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ରୁଚିକାଙ୍କ ମା’ ଦାବି କରିଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ନୀରବତାକୁ କଡ଼ା ନିନ୍ଦା କରିଛନ୍ତି । ଯେ ପର୍ୟ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ୟ୍ୟନ୍ତ ଧାରଣାରେ ବସି ରହିବେ ବୋଲି ରୁଚିକାଙ୍କ ମା’ କହିଛନ୍ତି । ତାଙ୍କ ସହ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି ।

Related Posts