ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ ଅଟେ: ମୋହନ ମାଝୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ପରଠାରୁ ରାଜ୍ୟରେ ଆଉ ବିଜୁଳି ସମସ୍ୟା ନାହିଁ ବୋଲି ଗୃହରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଯାହାକୁ ନେଇ ରାଜ୍ୟର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ। ତେଲେଙ୍ଗାନା, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଓଡ଼ିଶାଠାରୁ ଶସ୍ତାରେ ବିଜୁଳି ମିଳୁଛି । କେବଳ ଶସ୍ତାରେ ମିଳୁନି ନିରବଚ୍ଛିନ୍ନ ଭାବରେ ମିଳୁଛି। ବିଦ୍ୟୁତ ସଂସ୍କାର ପାଇଁ ଦିଆଯାଇଥିବା ୨୦ହଜାର କୋଟି ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ଆଦାୟ ହେଉଥିବା ବିଦ୍ୟୁତ ବିଲ୍ ଜାତୀୟ ରେଟ୍ଠାରୁ ଅଧିକ । ଜାତୀୟ ହାର ୫.୧୧ ଥିବାବେଳେ ରାଜ୍ୟରେ ୫.୨୨ ପଇସା ରହିଛି । ବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଥିବା ସତ୍ତ୍ବେ ଉପଭୋକ୍ତା ଚଢା ଦରରେ କିଣୁଛନ୍ତି ।

ପରିଚାଳନା ଗତ ବିଭ୍ରାଟ ଯୋଗୁଁ ହଜାର ହଜାର କୋଟି ଟଙ୍କାର କ୍ଷତି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି। ୨୦୦୦ରୁ ୨୦୨୧ ଭିତରେ ୧୩୭ ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଛି ବୋଲି କହିଛନ୍ତି । ସେପଟେ ରାଜ୍ୟରେ ବିଜୁଳି ସମସ୍ୟା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ଛତିଶଗଡ଼, ଦିଲ୍ଲୀ ଟିକେ ବୁଲିକି ଦେଖନ୍ତୁ ସରକାର ସେଠି କେମିତି ବିଜୁଳି ବିଲ୍ ଆଦାୟ କରାଯାଉଛି। ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି । ଆମର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ୍ ପିଛା ଅଧିକ ଟଙ୍କା ନିଆଯାଉଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts