ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ଆସିଛି: ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ଆସିଛି । ତେବେ ଅପରାଧିକ ମାମଲା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦,୧୨୯ଟି ଦୁଷ୍କର୍ମ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି ।

୨୦୧୯ ମସିହାରେ ୨୯୫୦ଟି, ୨୦୨୦ମସିହାରେ ୨୯୮୪ଟି, ୨୦୨୧ମସିହାରେ ୩୩୨୭ଟି, ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ଆସିଛି । ସେହିଭଳି ୨୦୧୯ରେ ୧୬୩୫ଟି ନାବାଳିକା ଦୁଷ୍କର୍ମ ମାମଲା, ୨୦୨୦ରେ ୧୬୪୬ଟି, ୨୦୨୧ରେ ୧୮୭୧ଟି, ୨୦୨୨ରେ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts