କରୋନା ଭ୍ୟାକ୍ସିନକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ବାବା ରାମଦେବ: ମେଡିକାଲ୍ ସାଇନ୍ସ ଫେଲିୟର

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ପୁଣି ଥରେ କରୋନା ଭ୍ୟାକ୍ସିନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି କରୋନା ଟିକାକରଣ ଅଭିଯାନ ଉପରେ ଅଙ୍ଗୁଳି ଉଠାଇଆସୁଥିବା ବାବା ରାମଦେବ ପୁଣି ଥରେ କରୋନା ଭ୍ୟାକ୍ସିନକୁ ନେଇ ପ୍ରଶ୍ନ କରିଛନ୍ତି । ବାବା ରାମଦେବ କହିଛନ୍ତି, ବୁଷ୍ଟର ଡୋଜ୍ ଲଗାଇବା ପରେ ଯଦି କାହାକୁ କରୋନା ସଂକ୍ରମଣ ହେଉଛି ତେବେ ଏହା ମେଡିକାଲ ସାଇନ୍ସର ବିଫଳତା କୁହାଯିବ।

ସେ କହିଛନ୍ତି, ସମୟ ସହିତ ସଂପ୍ରତି ଦୁନିଆ ଜଡି ବୁଟି ଆଡେ ମୁହାଁଇବ। ବାବାଙ୍କ କହିବା କଥା ଗିଲୋଏ ଉପରେ ଗବେଷଣା କରାଯାଉ। ଏଥିରୁ ଔଷଧ ପ୍ରସ୍ତୁତି ହୋଇ ପାରିଲେ ଭାରତ ବିଶ୍ଵରେ ସବୁଠୁ ବଡ ଅର୍ଥବ୍ୟବସ୍ଥା ହୋଇ ପାରିବ। ପତଞ୍ଜଳୀର ଅନ୍ତର୍ଜାତୀୟ ସମ୍ମିଳନୀରେ ଏହା କହିଛନ୍ତି ବାବା ରାମଦେବ। ଏହା ପୂର୍ବରୁ ମଧ୍ୟ ବାବା ରାମଦେବ କୋଭିଡ୍ ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠାଇଥିଲେ।

କୋଭିଡ୍ ସହ ଲଢେଇ ସମୟରେ ଯେବେ ଦେଶ ଏବଂ ଦୁନିଆ ଭ୍ୟାକ୍ସିନ ଉପରେ ଭରସା କରୁଥିଲା, ସେହି ସମୟରେ ବାବା ରାମଦେବ ଘୋଷଣା କରିଥିଲେ ଯେ, ସଂକ୍ରମଣରୁ ବଞ୍ଚିବା ପାଇଁ ସେ ଭ୍ୟାକ୍ସିନ ଲଗାଇବେ ନାହିଁ। ଯୋଗ ଏବଂ ଆୟୁର୍ବେଦକୁ ଡବଲ୍ ଡୋଜ୍‌ର ସୁରକ୍ଷା କବଚ ଦର୍ଶାଇ ରାମଦେବ ଭ୍ୟାକ୍ସିନ ଲଗାଇବାକୁ ମନା କରି ଦେଇଥିଲେ। ତାଙ୍କ କହିବା କଥା ଗତ ଅନେକ ବର୍ଷରୁ ସେ ଲଗାତାର ଯୋଗର ଅଭ୍ୟାସ୍ କରୁଛନ୍ତି, ଯେଉଁଥିରେ ତାଙ୍କୁ ସଂକ୍ରମଣର ବିପଦ ନାହିଁ। ତେବେ ଏମିତି ଘୋଷଣା କରିବାର କିଛି ଦିନ ପରେ ବାବା ରାମଦେବ ନିଜ କଥାରୁ ପଛଘୁଞ୍ଚା ଦେଇଥିଲେ। ସେ ଟିକା ନେବେ ବୋଲି କହିଥିଲେ ।

Related Posts