କାହିଁକି 7 କୋଟି ଛାଡ଼ିଲେ ବବିତା ତାଡେ ?

କୋନ ବନେଗା କରୋଡପତିର ସିଜିନ୍‌-11ର ଦ୍ବିତିୟ କୋଟିପତି ହୋଇଛନ୍ତି ବବିତା ତାଡେ । ଗୁରୁବାର କୋଟିଏ ଟଙ୍କିଆ ପ୍ରଶ୍ନର ଉତ୍ତର ଦେବା ପରେ ବବିତାଙ୍କୁ 7 କୋଟି ଟଙ୍କାର ପ୍ରଶ୍ନ ପଚାରିଥିଲେ ବିଗ୍ ବି । ଶେଷ ପ୍ରଶ୍ନ ପଚରା ହେବା ମାତ୍ରେ ହି ବବିତା ସୋ ଛାଡ଼ି ପଳାଇଯାଇଥିଲେ ।  ତେବେ ବବିତା କାହିଁକି ସୋ ଛାଡ଼ି ଚାଲିଯାଇଥିଲେ ତାହାର କାରଣ ଜାଣିବା ପୂର୍ବରୁ ଜାଣନ୍ତୁ ପ୍ରଶ୍ନଟି କଣ ଥିଲା । ପ୍ରଶ୍ନଏପରି ଥିଲା- କେଉଁ ରାଜ୍ୟର ଅଧିକ ରାଜ୍ୟପାଳ ଦେଶର ରାଷ୍ଟ୍ରପତି ହୋଇଛନ୍ତି ? ବିକଳ୍ପ ଥିଲା A- ରାଜସ୍ଥାନ B-ବିହାର C- ପଞ୍ଜାବ E-ଆନ୍ଧ୍ରପ୍ରଦେଶ । ବବିତା ଜିତିଥିା ଟଙ୍କାକୁ ଆଉ ହରାଇବାକୁ ଚାହୁଁ ନଥିଲେ ତେଣୁ ସେ ସୋରୁ କ୍ବିଟ୍‌ କରିଥିଲେ । ଏହା ପରେ ବିଗ୍‌ ବି ଅମିତାଭ ବଚ୍ଚନ ଯେତେବେଳେ ବବିତାଙ୍କୁ କହିଲେ ଯେ ତୁମ ପାଖରେ ବହୁତଗୁଡାଏ ଅଫସନ ଥିଲା ତଥାପି ତୁମେ କ୍ବିଟ୍‌ କଲ କାହିଁକି ।

ଅମିତାଭ ବଚ୍ଚନ-ତେବେ ଏହି ପ୍ରଶ୍ନର ଉତ୍ତର ଅନୁମାନ କରି କହିଥିଲେ ତୁମେ କଣ କହିଥାନ୍ତ ?

ବବିତା ତାଡେ: ସାର୍‌ ବିହାର

ଯେଉଁଟା ସମ୍ପୂର୍ଣ୍ଣ ଠିକ୍‌ ଉତ୍ତର ଥିଲା । ଏହିଭଳି ଭାବେ ବବିତା 7 କୋଟି ଟଙ୍କା ଜିତିବାରୁ ବଞ୍ଚିତ ହୋଇଥିଲେ । ବବିତା ଅମରାବତୀରେ ମଧ୍ୟାହ୍ନ ଭୋଜନ ରୋଷେଇ କରି  ମାସକୁ 1500 ପାଆନ୍ତି । ପୂର୍ବରୁ କୋନ ବନେଗା କରୋଡପତି ସିଜିନ-11ର ପ୍ରଥମ କୋଟିପତି ହୋଇଥିଲେ ସନୋଜ ରାଜ

Related Posts