ଭୁବନେଶ୍ୱରରେ ପହଂଚିଲେ ଇସ୍ରୋ ମୁଖ୍ୟ କେ.ଶିବନ

ଆଜି ଭୁବନେଶ୍ୱରେ ଆସି ପହଂଚିଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ କେ.ଶିବନ ଚନ୍ଦ୍ରାୟନ-୨ରେ ଭାରତକୁ ୯୮ପ୍ରତିଶତ ସଫଳତା ମିଳିଥିବା ଦୃଢ଼ୋକ୍ତିର ସହ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଲ୍ୟାଣ୍ଡର ବିକ୍ରମରେ କେଉଁଠି ତ୍ରୁଟି ରହିଲା ସେନେଇ ଅନୁସନ୍ଧାନ ଚାଲିଛି । ବିକ୍ରମ ସର୍ମ୍ପକରେ ତଥ୍ୟ ହସ୍ତଗତ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଇସ୍ରୋର ଆଗାମୀ ମିଶନ “ଗଗୟାନନ ସମ୍ପର୍କରେ ଆସନ୍ତାବର୍ଷ ଶେଷ ଆଡ଼କୁ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି କେ.ଶିବନ ପ୍ରତିକ୍ରିୟା ଦେଇଛନ୍ତି । ଏହା ଆଇଆଇଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ଆଜି ସେ ଜଟଣୀ ଆଇଆଇଟି ଅରଗୁଳ ଠାରେ  ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଦୀକ୍ଷାନ୍ତ ଅଭିଭାଷଣ ରଖିବେ । ସେଠାରେ ସେ ତିନିଜଣଙ୍କୁ ସ୍ୱର୍ଣ୍ଣ ଓ ୧୫ଜଣଙ୍କୁ ରୈାପ୍ୟ ପଦକ ପ୍ରଦାନ କରିବେ । ଯାହାକୁ ନେଇ ଆଇ ଆଇଟି ଛାତ୍ରଛାତ୍ରୀଙ୍କ ମଧ୍ୟ ଉତ୍ସାହ ଦେଖାଦେଇଛି ।

Related Posts