ଚିଲିକା ବୁଲିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ

ଆସନ୍ତା ଏପ୍ରିଲ୍‌ ମାସ ୧୫ ତାରିଖରେ ଚିଲିକା ବୁଲିବାକୁ ଯିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ । ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍‌ ମାସ ୧୫ ତାରିଖ ସମସ୍ତେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନମେ ବିଧାନସଭା ସଚିବାଳୟକୁ ଅବଗତ କରିବେ । ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି । ବ୍ରେକ୍‌ ଫାଷ୍ଟ ପରେ ସମସ୍ତ ଆଇଏନ୍‌ଏସ୍‌ ଚିଲିକା ଯିବେ । ସେଠାରେ କାଳିଯାଇ ବୁଲିବେ ଏବଂ ଆଇଏନ୍‌ଏସ୍‌ ଚିଲିକାରେ କେମିତି ଯୁଦ୍ଧ ନେଇ ପ୍ରସ୍ତୁତି ହେଉଛି , ତାହା ଦେଖିବେ । ଶେଷରେ ସଂଧ୍ୟା ୬ଟାରେ ସମସ୍ତେ ଘରକୁ ଫେରିବା ନେଇ ନିର୍ଦେଶ ଜାରି କରାଯାଇଛି |

Related Posts