ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ହେବା ଉପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହି ଆକ୍ରମଣରେ ଆମ୍ ଆଦମୀ ଦଳର କର୍ମୀମାନେ ବିଜେପିକୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଏହି ଘଟଣାରେ ସିଏମ କେଜ୍ରିୱାଲଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ତେବେ କେଜ୍ରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି । ମୁଁ ବହୁତ ଛୋଟ ମଣିଷ, ଦେଶ ପାଇଁ ଜୀବନ ମଧ୍ୟ ହାଜିର ଅଛି । କିନ୍ତୁ ଏଭଳି ଗୁଣ୍ଡାଗର୍ଦି କରିବା ଦ୍ୱାରା ଦେଶ ଆଗକୁ ବଢ଼ିବ ନାହିଁ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏହା ସହ କେଜ୍ରିୱାଲ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ପାଇଁ ଆମକୁ ପ୍ରେମରେ କାମ କରିବାକୁ ପଡ଼ିବ । ମାଡ଼ ମାରିବା ଏବଂ ଗୁଣ୍ଡାଗର୍ଦିରେ ୭୫ ବର୍ଷ ନଷ୍ଟ ହୋଇଛି । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯଦି ଦେଶର ଶାସକ ଦଳ ରାଜଧାନୀରେ ଅଶାନ୍ତି ସୃଷ୍ଟି କରେ, ତେବେ ଏହା ଯୁବକମାନଙ୍କୁ କେଉଁ ବାର୍ତ୍ତା ପଠାଇବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ସେପଟେ ଏହି ପ୍ରସଙ୍ଗରେ ଆଦମୀ ପାର୍ଟି ବିଧାୟକ ସୌରଭ ଭରଦ୍ୱାଜ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସେ ହାଇକୋର୍ଟରେ ଦିଲ୍ଲୀ ପୋଲିସ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି। ଦିଲ୍ଲୀ ପୋଲିସ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଗତକାଲି ପୋଲିସ “ବିଜେପି ଗୁଣ୍ଡାମାନଙ୍କୁ ରୋକିବାରେ ବିଫଳ ହେଲା ଏବଂ କେଜ୍ରିୱାଲଙ୍କ ଘର ବାହାରକୁ ଯିବାକୁ ଅନୁମତି ଦେଲା । କାର୍ହିକିନା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ବାହାରକୁ ଯିବା ଏତେ ସହଜ ନୁହଁ ବୋଲି କହିଛନ୍ତି । ଏହା ସହିତ, ଧାରା ୨୨୬ ଅନୁଯାୟୀ ଦିଲ୍ଲୀ ପୋଲିସ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରାଯାଇଛି। ଏକ ସ୍ୱତନ୍ତ୍ର ଏସଆଇଟି ପ୍ରତିଷ୍ଠା ବିଷୟରେ ଆଲୋଚନା ହୋଇଛି ଯାହା ଗତକାଲି ଘଟିଥିବା ସମଗ୍ର ଘଟଣାର ଅନୁସନ୍ଧାନ କରିବ ବୋଲି ସୌରଭ ଭରଦ୍ୱାଜ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି ।





