ବୈଷ୍ଣବ ପରିଡ଼ାଙ୍କ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କର ଗୁରୁବାର ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଆଜି ସକାଳ ୧୦ଟା ୪୫ ମିନିଟ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୈଷ୍ଣବ ପରିଡ଼ା । ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଏକ ବର୍ଷରୁ ଅଧିକ ସମୟ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତ ୧୦ ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଜଣେ ଦକ୍ଷ ରାଜନେତା, ସାହିତ୍ୟିକ, ସ୍ତମ୍ଭକାର ରହିଥିବା ଶ୍ରୀ ପରିଡ଼ା ଓଡ଼ିଆ ଭାଷା ଆନ୍ଦୋଳନର ସକ୍ରିୟ ନେତୃତ୍ବ ନେଉଥିଲେ । ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ ।

୧୯୪୧ ମସିହାରେ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବୈଷ୍ଣବ ପରିଡ଼ା । ସିପିଆଇ, କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ବୈଷ୍ଣବ ପରିଡ଼ାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Related Posts