କ୍ରିକେଟ୍‌ ପଡ଼ିଆରେ ଆଉ ଏକ ଚମତ୍କାର, 16 ବଲ୍‌ରୁ 74 ରନ୍‌ ସ୍କୋର୍‌ କଲେ ଆଫଗାନ୍‌ ବ୍ୟାଟ୍‌ସମ୍ୟାନ୍‌

କ୍ରିକେଟ୍‌ର ଫର୍ମାଟ୍‌ ଯେତେଯେତେ ଛୋଟ ହେଉଛି ମଇଦାନରେ ଏକରୁ ଆରେକ ଅବିଶ୍ବସନୀୟ ରେକର୍ଡ ପ୍ରତିଷ୍ଠା ହେଉଛି । ଏବେ ଷ୍ଟାଡିୟମ୍‌ରେ ଆଉ ଏକ ବିସ୍ଫୋରକ ଇନିଂସ୍‌ ସହ ନୂଆ ବିଶ୍ବ କିର୍ତ୍ତୀମାନ୍‌ ପ୍ରତିଷ୍ଠା କରିଛନ୍ତି ଆଫଗାନିସ୍ତାନର ବ୍ୟାଟସମ୍ୟାନ୍‌ ମହମ୍ମଦ ଶାହଜାଦ୍‌ ।

ଚାଲିଥିବା ଟି-୧୦ ଲିଗ୍‌ ୨୦୧୮ରେ ସେ ଏକ ଅବିଶ୍ୱସନୀୟ ଇନିଂସ୍‌ ଖେଳିଛନ୍ତି । ମାତ୍ର ୧୬ଟି ବଲ୍‌ରୁ ୭୪ ରନ୍‌ ସ୍କୋର କରିଛନ୍ତି ଶାହଜାଦ୍‌ । ମହମ୍ମଦ ମାତ୍ର ୧୨ଟି ବଲ୍‌ରେ ହିଁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏଥିରେ ୮ଟି ଛକ୍କା ମାରିଥିଲେ ।

ଶାହଜାଦଙ୍କ ଏହି ବିସ୍ଫୋରକ ଇନିଂସ୍‌ ଫଳରେ ସେ ଖେଳୁଥିବା ରାଜପୁତ ଦଳ ୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୪ ଓଭରରେ ହିଁ ହାସଲ କରିନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ସେନ୍‌ ୱାଟ୍‌ସନ୍‌ଙ୍କ ନେତୃତ୍ବାଧୀନ ସିନ୍ଧି ଦଳ ୧୦ ଓଭରରେ ୬ ୱିକେଟ୍‌ ହରାଇ ୯୪ ରନ୍‌ ସଂଗ୍ରହ କରିଥିଲା ।

Related Posts