ଯେଉଁ ସ୍ଥାନକୁ ଯିବାକୁ ଥିଲା ବାରଣ, ନିୟମ ନ ମାନି ତୀର ଖାଇଲେ ଆମେରିକୀୟ ପର୍ଯ୍ୟଟକ

ଆଣ୍ଡାମାନ୍ ନିକୋବର ଦ୍ୱୀପପୁଞ୍ଜର ଘନ ଜଙ୍ଗଲରେ ଜଣେ ଆମେରିକୀୟ ପର୍ଯ୍ୟଟକ ଜନ୍ ଆଲେନ୍ ଚାଉ(୨୭)ଙ୍କୁ ତୀର ମାରି ହତ୍ୟା କରିଛନ୍ତି ଜାରୱା ଆଦିବାସୀ । ନିକୋବରର ସେଣ୍ଟିନେଲ ଦ୍ୱୀପରେ ପ୍ରବେଶ ପାଇଁ ମନା ଥିବାବେଳେ ଚାଉ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ପହଞ୍ଚିଥିଲେ ସେଠାରେ । ତାଙ୍କୁ ଦେଖିବାପରେ ଆଦିବାସୀମାନେ ତୀର ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଶନିବାର ଏହି ଅଘଟଣ ଘଟିଥିବାବେଳେ ଉତ୍ତର ସେଣ୍ଟିନେଲ୍‌ରୁ ତାଙ୍କର ଶବ ଉଦ୍ଧାର ହୋଇଛି । ପୁଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରିଛି ।

କିଏ ଏହି ଜାରୱା ଆଦିବାସୀ ?

ନିକୋବରର ସେଣ୍ଟିନେଲ୍‌ ଦ୍ୱୀପରେ କେବଳ ଡଙ୍ଗା ମାଧ୍ୟମରେ ପହଞ୍ଚିହେବ । ସେଠାରେ ଆଦିବାସୀମାନଙ୍କର ଏକ ବିଲୁପ୍ତପ୍ରାପ୍ତ ସଂପ୍ରଦାୟ ଜାରୱାମାନେ ରହୁଛନ୍ତି । ସେମାନଙ୍କର ସଂଖ୍ୟା ପ୍ରାୟ ୪୦୦ ହେବ । ୬୦ ହଜାର ବର୍ଷ ପୁରୁଣା ସେହି ଆଦିମ ଜନଜାତିଙ୍କର ବାହାର ଦୁନିଆ ସହିତ କୌଣସି ପ୍ରକାର ସଂପର୍କ ନାହିଁ ।

ସରକାରଙ୍କ ପକ୍ଷରୁ ମଧ୍ୟ ସେମାନଙ୍କୁ ଭେଟିବା ଉପରେ କଟକଣା ଲଗାଯାଇଛି । ୨୦୧୪ରେ ଏହି କଟକଣା ଜାରି ହୋଇଥିଲା । ସେମାନେ ଏବେ ମଧ୍ୟ ଧନୁତୀର ସାହାଯ୍ୟରେ ଶିକାର କରୁଛନ୍ତି ।

Related Posts