ବଜାଜ ପକ୍ଷରୁ ମୋଟର ସାଇକେଲ୍‌ର ମୂଲ୍ୟ ବୃଦ୍ଧି: ପଢନ୍ତୁ କେଉଁ ବାଇକ୍ ରେ କେତେ ମୂଲ୍ୟ ବଢ଼ିଛି

ନୂଆଦିଲ୍ଲୀ: ଦେଶରେ ଏବେ ଅହେତୁକ ଭାବେ ଅନେକ ଖାଦ୍ୟ ସାମଗ୍ରୀ ଓ ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ସହ ଏବେ ମୋଟର କମ୍ପାନୀଗୁଡ଼ିକ ନିଜ ବାଇକ ଓ କାର୍‌ରେ ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛନ୍ତି।

କିଛିଦିନ ତଳେ ଓଲା ତାର ଇଭି ସ୍କୁଟର ମୂଲ୍ୟ ବୃଦ୍ଧି କରିଥିଲା। ପରେ ଟାଟା ମଧ୍ୟ ନିଜ କାର୍‌ଗୁଡ଼ିକର ମୂଲ୍ୟ ବଢ଼ାଇଥିଲା। ଏବେ ବଜାଜ ତାର ମୋଟର ସାଇକେଲ୍‌ଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛି।

ଏବେ ଆସନ୍ତୁ କେଉଁ ସ୍କୁଟରରେ କେତେ ମୂଲ୍ୟ ବଢ଼ିଛି

୧. CT110X ପୂର୍ବ ମୂଲ୍ୟ ୬୫,୪୫୩ରେ ୧.୨୯%(୮୪୫ ଟଙ୍କା) ବଢ଼ି ୬୬,୨୯୮ ହୋଇଛି।
୨. Platina 100 ES ଡ୍ରମ ଭ୍ୟାରିଏଣ୍ଟ ମୂଲ୍ୟ ୩.୨୩%(୧୯୭୮ ଟଙ୍କା) ବଢ଼ି ୬୧,୧୫୨ରୁ ୬୩,୧୩୦ ହୋଇଛି। ସେହିପରି Platina 110 ES Drum ଭ୍ୟାରିଏଣ୍ଟର ମୂଲ୍ୟ ୬୫,୪୯୧ରୁ ବଢ଼ି ବର୍ତ୍ତମାନ ୬୬,୩୧୭ ହୋଇଛି। ସେହିପରି Bajaj Platina 110 ES Discର ମୂଲ୍ୟ ୬୯,୨୧୬ ଟଙ୍କା ହୋଇଛି।

୩. ଜୁଲାଇ Bajaj Avenger ବାଇକର ମୂଲ୍ୟ ବି ବଢ଼ିଛି। ଆଭେଞ୍ଜର ୧୬୦ର ମୂଲ୍ୟ ବଢ଼ି.୩୩ ପ୍ରତିଶତ ବଢ଼ି ୧,୧୧,୮୨୭ ହୋଇଛି। ସେହିପରି ଆଭେଞ୍ଜର ୨୨୦ର ମୂଲ୍ୟ .୪୧ ପ୍ରତିଶତ ବଢ଼ି ୧,୩୮,୩୬୮ ହୋଇଛି। ସେହିପରି ଅନ୍ୟାନ୍ୟଗାଗୁଡ଼ିକର ମୂଲ୍ୟ ବି ବଢ଼ିଛି।

Related Posts