ଗୋଆ କଂଗ୍ରେସରେ ବିଦ୍ରୋହ ସମ୍ଭାବନା, ବିଜେପି କୁ ଯାଇ ପାରନ୍ତି ୬ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମାଟଙ୍କ ନେତୃତ୍ୱରେ ଗୋଆରେ କଂଗ୍ରେସ ବିଧାୟକମାନେ ବିଦ୍ରୋହର ପଥରେ ଅଛନ୍ତି ଏବଂ ସେମାନେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶପାଇଛି ।ସୂଚନାନୁସାରେ, ଅତି କମରେ ୬ ରୁ ୧୦ ଜଣ ବିଧାୟକ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି।ଏହାପୂର୍ବରୁ କଂଗ୍ରେସ ବିଧାୟକ ମାଇକେଲ ଲୋବୋ କହିଛନ୍ତି ଯେ ସେ ବିଜେପିରେ ଯୋଗ ଦେଉନାହାଁନ୍ତି। ଗୁଜବ ସୃଷ୍ଟି କରିବା ପାଇଁ ଏଭଳି ଖବର ପ୍ରଚାର କରାଯାଉଛି।

ଏକ ଘରୋଇ ଚ୍ୟାନେଲ କୁ ପ୍ରତିକ୍ରିୟା ଦେଇ କାଲାଙ୍ଗୁଟ୍ ବିଧାୟକ ମାଇକେଲ୍ ଲୋବୋ କହିଛନ୍ତି, “ମୁଁ ମୋ ଘରେ ବସିଛି। ଏହି କଥାବାର୍ତ୍ତାର କୌଣସି ସତ୍ୟତା ନାହିଁ। ମୁଁ ଜାଣେ ନାହିଁ କିଏ ଏହି ଗୁଜବ ପ୍ରଚାର କରୁଛି। କିନ୍ତୁ ମୁଁ କୌଣସି ସ୍ଥାନକୁ ଯାଉ ନାହିଁ। ଆଜି ଗୋଆ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ଡକାଯାଇଥିଲା ଏବଂ ଦଳ ଭିତରେ କୌଣସି ମତଭେଦକୁ କଂଗ୍ରେସ ଦଳ ତରଫରୁ ଅସ୍ୱୀକାର କରିଛି।

Related Posts