ବଲିଉଡରେ ପୁଣି ବାଜିବ ଶାହାନାଇ: ହାତକୁ ଦି ହାତ ହେବ ଲଭ୍ ବାର୍ଡ ଅର୍ଜୁନ କପୁର ଓ ମଲାଇକା ଅରୋରା

ମୁମ୍ବାଇ: ବଲିଉଡରେ ପୁଣି ବାଜିବ ଶାହାନାଇ। ଆଉ ଜଣେ ଲଭ୍ ବାର୍ଡ ଙ୍କ ପଡ଼ିବ ହାତ ଗଣ୍ଠି । ହାତକୁ ଦି ହାତ ହେବେ ଅର୍ଜୁନ କପୁର ଓ ମଲାଇକା ଅରୋରା। ଦୀର୍ଘ ବର୍ଷ ଧରି ଥିବା ପ୍ରେମ୍ ସମ୍ପର୍କ ଏବେ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବେ।
ହିନ୍ଦୁ ରୀତିନୀତିରେ ଉଭୟଙ୍କ ପଡ଼ିବ ହାତଗଣ୍ଠି। ଏକଥା ଆମେ କହୁନୁ, ଖୋଦ୍ ଏନେଇ ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି ଅଭିନେତ୍ରୀ ମଲାଇକା ଅରୋରା।

ମଲାଇକା ଅରୋରା ଓ ଅର୍ଜୁନ କପୁର ଦୀର୍ଘ ୬ ବର୍ଷ ହେଲାଣି ପରସ୍ପରକୁ ଡେଟ୍ କରୁଛନ୍ତି। ପ୍ରଥମେ ପ୍ରଥମେ ନିଜ ସମ୍ପର୍କକୁ ନେଇ ଉଭୟ ଚୁପ୍ ରହୁଥିବା ବେଳେ ଏବେ କିନ୍ତୁ ଖୋଲାଖୋଲି ଭାବେ ଏହାକୁ ପ୍ରକାଶ କରିଛନ୍ତି। ପ୍ରାୟ ସ୍ଥାନରେ ଦୁହେଁ ଏକାଠି ନଜର ଆସନ୍ତି। ଏବେ ଏହି ଦୁଇ ଷ୍ଟାର୍ ନିଜ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ ଚାହୁଛନ୍ତି। ଖୁବଶୀଘ୍ର ଏହି ଦମ୍ପତି ବିବାହ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି। ଏନେଇ ମଲାଇକା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟରେ ସୂଚନା ଦେଇଛନ୍ତି।

ମଲାଇକା ପୋଷ୍ଟ ଶେଆର କରି ଲେଖିଛନ୍ତି, ଆଇ ସେଡ୍ ୟେସ୍‌…। ଏଥିସହ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ଲାଜେଇ ଯାଇଥିବା ନଜର ଆସିଛନ୍ତି। ତେବେ ଏହି ଫଟୋ ଦେଖି ପ୍ରଶଂସକମାନେ ନା ନା କଳ୍ପନା କରୁଥିବାବେଳେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ୟୁଜର୍ସ ମଲାଇକା- ଅର୍ଜୁନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଅରବାଜ ଖାନ୍‌ଙ୍କ ଠାରୁ ଛାଡପତ୍ର ପରେ ମଲାଇକା ଅର୍ଜୁନଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ପ୍ରେମ ସମ୍ପର୍କକୁ ଅଫିସିଆଲ୍ ମଧ୍ୟ କରିସାରିଛନ୍ତି। ଏଦୁହେଁ କେବେ ବିବାହ କରିବେ ସେ ନେଇ ଫ୍ୟାନ୍‌ମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଦମ୍ପତି କେବେ ବିବାହ କରିବେ ସେ ନେଇ କୌଣସି ସୂଚନା ମିଳିନାହିଁ

Related Posts