ରାସ୍ତାରୁ ମିଳିଲା ବାଲାଟ ବକ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଏଥର ଭୋଟ ଦେବା ପାଇଁ ଅନେକ ଭୋଟର ବୁଥ ସାମ୍ନାରେ ଲମ୍ବାଧାଡ଼ି ଲଗାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ହେଲେ କିଛି ବୁଥରେ ନିର୍ବାଚନୀ ହିଂସା ମଧ୍ୟ ହୋଇଥିବାର ସୂଚନା ମିଳିଛି । ଏପରିକି ବାଲାଟ ବକ୍ସକୁ ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଥିଲା । ଏହା ମଧ୍ୟରେ ମତଦାନ ବେଳେ ଦୁର୍ବୃତ୍ତ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା ।

ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଦୁର୍ବୃତ୍ତ ଉଠାଇ ନେଇଥିଲେ । ସେହି ଭୋଟ୍ ବାକ୍ସ ଶନିବାର କୁଳ ପଟସରା ୩ନଂ ବୁଥ୍ ନିକଟ ଏକ ଧାନ କଳଘର ସମ୍ମୁଖରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଭୋଟ୍ ବାକ୍ସ କେମିତି ଏଠାକୁ ଆସିଲା ଏବଂ କିଏ ଏହାକୁ ଆଣିଲା ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏହାର ତନାଘନା ଜାରି ରହିଛି ।

Related Posts