ପଶ୍ଚିମବଙ୍ଗରେ ବ୍ୟାନ୍‌ ଅମୀର ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‌ ସିଂହ ଚଢ଼ା’ !

ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେର ଭିତରେ ରହିଥିବା ଆମୀର ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍‌ ସିଂହ ଚଢ଼ା’ ପାଇଁ ଅଡ଼ୁଆ ଆହୁରି ବଢ଼ିଯାଇଛି । ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ବୟକଟ୍‌ କରିଥିବା ବେଳେ ଏହା ଏବେ ପଶ୍ଚିମବଙ୍ଗରେ ବ୍ୟାନ୍‌ କରିବା ନେଇ ଦାବି ଉଠିଛି । ଜନସାଧାରଣଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଏହି ଫିଲ୍ମଟି ବିରୋଧରେ ଅଭିଯୋଗ ଆସିବା ପରେ ଏବେ ଏହା ବିରୋଧରେ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଛି। ‘ଲାଲ୍‌ ସିଂହ ଚଢ଼ା’ ବିରୋଧରେ କୋଲକାତା ହା‌ଇକୋର୍ଟରେ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଛି।

ଆମୀରଙ୍କ ଫିଲ୍ମକୁ ନେଇ ଜନ ସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଏହାର ଶୁଣାଣି କରିବେ କୋଲକାତା ହା‌ଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ। ଫିଲ୍ମଟିକୁ ପଶ୍ଚିମବଙ୍ଗରେ ପୂରାପୂରି ବ୍ୟାନ୍‌ କରିବା ପାଇଁ ମାମଲାରେ ଦାବି ହୋଇଛି। ଯଦି ବି ଫିଲ୍ମଟି ପୂରା ବ୍ୟାନ୍‌ ନହୁଏ ତେବେ ସମସ୍ତ ପ୍ରେକ୍ଷାଳୟ ସମ୍ମୁଖରେ ପୁଲିସ୍‌ ସୁରକ୍ଷା ଦାବି କରିଛନ୍ତି ଆବେଦନକାରୀ। କାରଣ ଚଳଚ୍ଚିତ୍ରଟି ଦେଖିବା ପରେ ପଶ୍ଚିମବଙ୍ଗର ଶାନ୍ତ-ଶୃଙ୍ଖଳା ଭଙ୍ଗ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ବଲିଉଡ୍ ଅଭିନେତା ଅମିର ଖାନ୍‌ଙ୍କର କେତେକ ପୁରୁଣା ହିନ୍ଦୁବିରୋଧୀ ମନ୍ତବ୍ୟ ପାଇଁ ବର୍ତ୍ତମାନ ତାଙ୍କ ଦ୍ବାରା ଅଭିନୀତ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’କୁ ଲୋକମାନେ ବୟକଟ୍ କରିବା ପାଇଁ ସୋସିଆଲ ମିଡ଼ିଆରେ ଅଭିଯାନ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ତୀବ୍ର ହେବାକୁ ଲାଗିଲା। ବୟକଟ-ଲାଲ୍‌ସିଂହ-ଚଢ଼ା ହାସ୍‌ଟ୍ୟାଗ୍ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କ ଫିଲ୍ମଟିକୁ ବୟକଟ୍‌ ନକରିବାକୁ ନିବେଦନ କରିଥିଲେ ଆମୀର।

Related Posts