ଓଲିଉଡରେ ତେଜିଲା ବ୍ୟାନ୍‌ ବିବାଦ; ମନୋଜ କହିଲେ, ‘ମୁଁ ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛି’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଲିଉଡ ଇଣ୍ଡଷ୍ଟ୍ରୀରେ ବ୍ୟାନକୁ ନେଇ ତେଜିଲା ବିବାଦ । ପ୍ରେସମିଟ କରି ବର୍ଷିଲେ ଅଭିନେତା ମନୋଜ ମିଶ୍ର । ମନୋଜ କହିଛନ୍ତି ଯେ, କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ କେବଳ କଟକ, ଭୁବନେଶ୍ୱରର ନୁହେଁ । ସାରା ଓଡ଼ିଶାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟାପ୍ତ । ଆଉ ମୁଁ ଜଣେ ଓଡ଼ିଆ ଅଭିନେତା । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି । ମୋତେ ଟୁଟୁ ନାୟକ ବ୍ୟାନ୍ କରାଯାଇଥିବା ମିଡିଆରେ କହିଛନ୍ତି । ମୁଁ ସେହି ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛି । ମୁଁ ଟୁଟୁ ନାୟକଙ୍କ କୌଣସି ଫିଲ୍ମରେ ଅଭିନୟ କରିବିନି । ସେ ମୋତେ ବ୍ୟାନ୍ କରିବାକୁ କିଏ ବୋଲି ପଚାରିଛନ୍ତି । ଅନ୍ୟପଟେ ଅନୁଭବ ଓ ଅରିନ୍ଦମ ଟୁଟୁ ନାୟକ ଚକ୍କରରେ ପଡ଼ି ଯାଇଥିବା ମଧ୍ୟ ସେ କହିଛନ୍ତି ।

ସେହିପରି ଓଡ଼ିଶା ଦି ଭାଗ ମନ୍ତବ୍ୟ ଉପରେ ପ୍ରଶ୍ନ ପଚରାଯିବାରୁ ଉଠି ପଳାଇଲେ ମନୋଜ ମିଶ୍ର । ଗତକାଲି ମନୋଜଙ୍କ ବାସନ୍ଦକୁ ବିରୋଧ କରିଥିଲେ ନରସିଂହ ମିଶ୍ର । ଦରକାର ପଡ଼ିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ କହିଥିଲେ ।

Related Posts