ମାଥିଲି: ଭୁଶୁଡୁଛି ମାଓ ଦୁର୍ଗ । ମାଓମୁକ୍ତ ହେଉଛି ବଣ୍ଡା ଘାଟି।ମାଓ ସଂଗଠନର ଅତ୍ୟାଚାରରେ ଅତିଷ୍ଠ ହୋଇ ହାତ ଛାଡ଼ିଲେ ୭୦୦ ସମର୍ଥକ ।

ପୁଲିସ ପ୍ରଶାସନର ଘରବାହୁଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଆଜି ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ସହ ଅଂଚଳରୁ ମାଓବାଦୀଙ୍କୁ ତଡ଼ିବାକୁ ମାଓ ପୋଷାକରେ କୁଶପୂତ୍ତଳିକା ଦାହ କରିଛନ୍ତି ଅଂଚଳବାସୀ। ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର , ବିଶୋୟୀଗୁଡା , ପାତ୍ରପୁଟ , ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ଗାଁର ଲୋକେ ମାଓ ସଂଗଠନରୁ ହାତ ଛାଡ଼ିଛନ୍ତି । ଜିଲା ପୁଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।