ମୁଣ୍ଡପିଛା ଆୟରେ ଭାରତକୁ ପଛରେ ପକାଇଲା ବାଂଲାଦେଶ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ କରୋନା ସହ ଲଢ଼ୁଥିବା ବେଳେ ଏକ ନୂଆ କଥା ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ବାଂଲାଦେଶର ନାଗରିକମାନେ ଭାରତୀୟଙ୍କ ତୁଳନାରେ ବୌଷୟୀକ ଭାବରେ ଅଧିକ ଧନୀ ବୋଲି ଏକ ସର୍ଭେରୁ ଜଣାପଡିଛି । ଏନେଇ ବାଂଲାଦେଶ ଯୋଜନା ମନ୍ତ୍ରୀ ଏମ ମାନନ୍ ସୂଚନା ଦେବା ସହ ବାଂଲାଦେଶର ମୁଣ୍ଡପିଛା ଆୟ ବର୍ତ୍ତମାନ 2,064 ଡଲାରରୁ 2,227 ଡଲାରକୁ ବୃଦ୍ଧି ପାଇଛି ବୋଲି କହିଛନ୍ତି । ଯାହାକି ଭାରତର ମୁଣ୍ଡପିଛା ଆୟ ଠାରୁ ୨୮୦ ଡଲାର ଅଧିକ । ଅନ୍ୟପଟେ ବାଂଲାଦେଶର ମୁଣ୍ଡପିଛା ଆୟ ୨୦୨୧-୨୨ ଆର୍ଥିକ ବର୍ଷରେ ୨,୨୨୭ରେ ପହଞ୍ଚିଛି । କିନ୍ତୁ ପୂର୍ବ ବର୍ଷ ବାଂଲାଦେଶର ମୁଣ୍ଡ ପିଛା ଆୟ 2,064 ଡଲାର ଥିଲା। ତେବେ ଚଳିତ ବର୍ଷ ଏହାର ଅଭିବୃଦ୍ଧି ହାର ୯ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବାଂଲାଦେଶର କ୍ୟାବିନେଟ ସଚିବ ଖଣ୍ଡକର ଅନୱାରୁଲ ଇସଲାମ କହିଛନ୍ତି। ଏହି ପରିସଂଖ୍ୟାନକୁ କାଢ଼ିବା ପାଇଁ ଦେଶର ଜାତୀୟ ଆୟ ସହିତ ଏହାର ଜନସଂଖ୍ୟାକୁ ବିଭକ୍ତ କରାଯାଏ । ଏହା ପୂର୍ବରୁ ୨୦୦୭ ମସିହାରେ ବାଂଲାଦେଶର ମୁଣ୍ଡ ପିଛା ଆୟ ଭାରତର ଅଧା ଥିଲା । କିନ୍ତୁ ସବୁଠାରୁ ରୋଚକ କଥାଟି ହେଉଛି ଦିନକୁ ଦିନ ବଢୁଥିବା ବାଂଲାଦେଶର ମୁଣ୍ଡ ପିଛା ଆୟକୁ ଦୃଷ୍ଟି ପକାଇଲେ ୨୦୨୫ ମସିହାରେ ବାଂଲାଦେଶର ଜିଡିପି ତୁଳନାରେ ଭାରତକୁ ବହୁ ପଛରେ ପକାଇଦେବ । ବର୍ତ୍ତମାନ ବାଂଲାଦେଶ ମୁସଲିମ ରାଷ୍ଟ୍ର ପାକିସ୍ଥାନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ବାପା ଶେଖ ମୁଜିବୁର ରହମାନ 1971 ମସିହାରେ ପାକିସ୍ତାନରୁ ବିଦାୟ ନେଇ ଠିକ୍ କରିଥିଲେ । କାହିଁକି ନା ବର୍ତ୍ତମାନ ପାକିସ୍ଥାନ କେଉଁଠାରେ ଅଛି ଆଉ ଆମେ କେଉଁଠି ଅଛୁ । ତେବେ ସରକାର ଶ୍ରମ ରପ୍ତାନିକୁ ସରଳ କରିଥିବାରୁ ଏପରି ସମ୍ଭବ ହୋଇପାରିଛି ବୋଲି ହଲିମ୍ କହିଛନ୍ତି । ଏହା ସହ ବେଆଇନ ସ୍ଥାନାନ୍ତରଣକୁ ଆମେ କଡାକଡି କରୁଛୁ କାରଣ ଯେଉଁମାନେ ବେଆଇନ ଭାବେ ବିଦେଶ ଯାଆନ୍ତି ସେମାନେ ଟଙ୍କା ଫେରସ୍ତ ପଠାନ୍ତି ନାହିଁ ବୋଲି ହଲିମ କହିଛନ୍ତି । ଆମ ଦେଶରେ ଆମେ ଖାଦ୍ୟ ନିରାପତ୍ତା ହାସଲ କରିଛୁ ତେଣୁ ବାଂଲାଦେଶରେ ଶହ ଶହ ଭାରତୀୟ କାମ କରୁଥିବାର ଦେଖିବା ପାଇଁ ମିଳୁଛି ହଲିମ କହିଛନ୍ତି ।

Related Posts