
ସତ୍ୟପାଠ ବ୍ୟୁରୋ – ୨୨/୦୫/୨୧ : ଗତକାଲି ବାରାଣସୀ ର କୋଭିଡ଼ ଡାକ୍ତର, ନର୍ସ ଏଵ° ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସହ ଭିଡ଼ିଓ କନଫେରେନସି° ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାଵଵିହ୍ଵଳ ହୋଇ ପଡ଼ିଥିଲେ । ଏହି ସମୟରେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏ ଖଵର ଏବେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏବଂ ଟୁଇଟର ରେ ଜବରଦସ୍ତ ଟ୍ରେଣ୍ଡିଁ ହେବାରେ ଲାଗିଛି। #ModiStopCrying ଏଵଂ #CrocodileTearsModi ଏ ଦୁଇଟା ହାସଟାଗ ଏବେ trend କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଭାବବିହ୍ୱଳ ହେଇ କାନ୍ଦି ପକେଇବା କଥା କୁ ବିରୋଧୀ ଏବଂ ବହୁ ପତ୍ରକାର ସମାଲୋଚନା କରିଛନ୍ତି। ଟୁଇଟର ଓ ଫେସବୁକ୍ ରେ ଅନେକ ମୋଦୀଙ୍କ କାନ୍ଦିବା ଘଟଣାର ମଜାକ ଉଡ଼ାଉଥିବା ପୋଷ୍ଟ ନଜର କୁ ଆସିଛି। ଦିଲ୍ଲୀ ର ମହିଳା କମିଶନ ଅଧ୍ୟକ୍ଷା ସ୍ଵାତୀ ମାଲିୱାଲ କଡା ସମାଲୋଚନା କରିଛନ୍ତି, ସେ କହିଛନ୍ତି ” ସାର୍ ବହୁତ ବିଳମ୍ବ କରିଦେଲେ, ଯେତେବେଳେ ପୁରା ଦେଶ କାନ୍ଦୁଥିଲା ସେତେବେଳେ ଆପଣ ବେଙ୍ଗଲ ରେ ଚିତ୍କାର କରୁଥିଲେ, ଦିଦି ଓ ଦିଦି” ।

ବରିଷ୍ଠ ପତ୍ରକାର ପୁଣ୍ୟ ପ୍ରସୁନ ବାଜପେୟୀ କହିଛନ୍ତି ଯେ, ସାଂସଦ ମାନେ ପୋଷ୍ୟ ଗ୍ରହଣ କରିଥିବା ଗାଆଁ ରେ ଚିକିତ୍ସା ବ୍ୟବସ୍ଥା ନାହିଁ, ସ୍ମାର୍ଟ ସିଟି ରେ ଅକ୍ସିଜେନ୍ ନାହିଁ, – ସାହିବ, ଆଁଶୁ ନହିଁ, ସମାଧାନ ଚାହିୟେ “।

କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦିପ ସୂର୍ଜେଵାଲା କହିଛନ୍ତି, ବର୍ତ୍ତମାନ ଦେଶକୁ ଅପରାଧ ବୋଧର ଲୁହ ନୁହଁ ଜଣେ ଦାୟିତ୍ବବାନ ଶାସକ ର ଆବଶ୍ୟକତା ଅଛି ଯିଏ ନିଜର କର୍ତ୍ତବ୍ୟ ପାଳନ କରିବ। ମୋଦି ଜି ଏଭଳି ଜଟିଳ ସ୍ଥିତି ରେ ସହାନୁଭୂତି ପାଇଁ ଲୁହ ଗଡେଇବା ବନ୍ଦ କରି କୋଟି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ରୁ ମୁକ୍ତି ଦେବା କାର୍ଯ୍ୟରେ ଲାଗି ପଡନ୍ତି ବୋଲି ସୂର୍ଜେୱାଲା କହିଛନ୍ତି।

Alt news ର ସମ୍ପାଦକ ପ୍ରତୀକ ସିହ୍ନା ଲେଖିଛନ୍ତି, ଯେତେବେଳେ ଟୁଲକିଟ୍ ଅସ୍ତ୍ର ବିଫଳ ହେଲା ଶେଷରେ ଆଶୁ ଅସ୍ତ୍ର ବ୍ୟବହାର କଲେ ମୋଦି ଜି।

ବରିଷ୍ଠ ପତ୍ରକାର ସ୍ଵାତୀ ଚତୁର୍ବେଦୀ ଲେଖିଛନ୍ତି, କି ସୁନ୍ଦର ପ୍ରଦର୍ଶନ, ଯେତେବେଳେ ଦେଶ ଚିତ୍କାର କରୁଥିଲା ଅକ୍ସିଜେନ୍ ଓ ମେଡ଼ିସିନ ସେତେବେଳେ ମୋଦି ଡାକ ଛାଡିଥିଲେ ଦିଦି ଓ ଦିଦି।

ମୋଦୀଙ୍କ କଣ୍ଠରୁଦ୍ଧ ଘଟଣାର ଅନେକ ମିମ୍ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
