ନିଜ ଦଳର ସରକାରକୁ ବରୁଣ ଗାନ୍ଧୀଙ୍କ ପ୍ରଶ୍ନ; “ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ?”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ଦଳର ସରକାରକୁ ଟ‌ାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ ଟୁଇଟ୍ କରି ସରକାରଙ୍କୁ ପଚାରିଛନ୍ତି ଯେ, ‘ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?’ ଏଥିସହ ସେ କହିଛନ୍ତି ଯେ, ମାଗଣା ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ସରକାର ନିଜେ କହୁଥିବା ବେଳେ ନିଜେ ପୁଣି କୋଟି କୋଟି ଟଙ୍କ‌ାର ‘ମାଗଣା ରେବଡି’ ଦେଉଛନ୍ତି ଏବଂ ପରେ ଦୁର୍ନୀତିଗ୍ରସ୍ତ ଲୋକମାନେ ସେହି ରେବଡି ନେଇ ଦେଶ ବାହାରକୁ ଚାଲିଯାଉଛନ୍ତି।ମାଗଣା ରେବଡି ନେବାରେ ମେହୁଲ ଚୋକସି ଏବଂ ଋଷି ଅଗ୍ରୱାଲଙ୍କ ନାମ ସର୍ବାଗ୍ରେ ରହିଛି।ସୂଚନା ଅନୁସାରେ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ କହିଥିଲେ ଯେ, ମାଗଣାରେ ‌ରେବଡି ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍। ଏବେ ନିଜ ଟ୍ବିଟ ମାଧ୍ୟମରେ ବରୁଣ କହିବାକୁ ‌ଚେଷ୍ଟା କରିଛନ୍ତି ଯେ, ଦୁର୍ନୀତିଗ୍ରସ୍ତଙ୍କ ୧୦ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରି ବିଜେପି ସରକାର ମାଗଣାରେ ରେବଡି ବାଣ୍ଟୁଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କେ କରାଡଙ୍କ ଦ୍ୱାରା ଗୃହରେ ଉପସ୍ଥାପିତ ହୋଇଥିବା ତଥ୍ୟକୁ ବରୁଣ ଗାନ୍ଧୀ ନିଜର ଟୁଇଟ୍ ମାଧ୍ୟମରେ ସେୟାର କରି ବିଜେପି ସରକାରକୁ ଏଭଳି ଟାର୍ଗେଟ କରିଛନ୍ତି।

Related Posts