ସ୍ବାଭିମାନ ଅଞ୍ଚଳରେ ଏସଓଜି, ଡିଭିଏଫ ଓ ବିଏସଏଫର ମିଳିତ କୁମ୍ବିଂ ଅପରେସନ, ବିପୁଳ ମାଓ ସାମଗ୍ରୀ ଠାବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଠାବ ହୋଇଛି। ଏସଓଜି, ଡିଭିଏଫ ଓ ବିଏସଏଫ ବାହିନୀର ମିଳିତ କୁମ୍ବିଂ ଅପରେସନବେଳେ ଠାବ ହୋଇଛି ଏହି ସବୁ ମାଓ ସାମଗ୍ରୀ । ସହିଦ ସପ୍ତାହ ବେଳେ ନକ୍ସଲମାନେ ସ୍ବାଭିମାନ ଅଞ୍ଚଳରେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଠୁଳ କରିଥିଲେ ।ଜବତ ମାଓ ସାମଗ୍ରୀ ମଧ୍ୟରେ ରହିଛି ଦୁଇଟି ବନ୍ଧୁକ କିଛି ଡିଟୋନିଟର ଓ ଲ୍ୟାଣ୍ଡମାଇନ ତିଆରି କରିବା ସାମଗ୍ରୀ ।ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଯୋରଦାର କରାଯାଇଥିବା ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନି ସୂଚନା ଦେଇଛନ୍ତି ।

Related Posts