ପ୍ରଦୂଷଣ ରୋକିବାକୁ ବିସିସିଆଇର ବଡ ନିଷ୍ପତ୍ତି; ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ବିଶ୍ୱକପ୍ ମ୍ୟାଚରେ ଫୁଟିବନି ବାଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରଦୂଷଣ ରୋକିବାକୁ ବିସିସିଆଇର ବଡ ନିଷ୍ପତ୍ତି । ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ । ଏବେ ଦିନିକିଆ ବିଶ୍ୱକପ୍ ଚାଲିଥିବା ବେଳେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ବି ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି ।

ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ମୁଁ ଆଇସିସି ସହିତ ଆନୁଷ୍ଠାନିକ ଭାବେ କଥା ହୋଇ ସାରିଛି ।

ଫଳରେ ମୁମ୍ବାଇ ଏବଂ ଦିଲ୍ଲୀରେ କୌଣସି ଆତସବାଜି ପ୍ରଦର୍ଶନ ହେବ ନାହିଁ । ଯାହା ପ୍ରଦୂଷଣ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହେବ । ପରିବେଶ ପ୍ରଦବଷଣ ରୋକିବାକୁ ମୁକାବିଲା ପାଇଁ ବୋର୍ଡ ପ୍ରତିବଦ୍ଧ । ଆମର ଫ୍ୟାନ୍ସ ଖେଳାଳିଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ । ଦିଲ୍ଲୀ ସହ ମୁମ୍ବାଇର ବାୟୁ ପ୍ରଦୂଷଣ କେତେ ମାତ୍ରାରେ ବଢିଯାଇଛି ତାହାର ଆକଳନ କରିବା ମୁସ୍କିଲ୍ ।

କହିବାକୁ ଗଲେ ଗୁରୁବାର ମୁମ୍ୱାଇରେ ଖେଳିଯବ ପରବର୍ତ୍ତୀ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କ । ସେହିଭଳି ନଭେମ୍ୱର ୬ରେ ଦିଲ୍ଲୀରେ ଖେଳାଯିବ ପରବର୍ତ୍ତୀ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ ବାଂଲାଦେଶ ଏବଂ ଶ୍ରୀଲଙ୍କା । ସେସବୁ ଦୃଷ୍ଟିରେ ରଖି ବିସିସିଆଇ ଏହି ନିଷ୍ପତ୍ତି ନେଇଛି ।

Related Posts