ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ଅଣ୍ଡା ମାଡ। ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯିବାବେଳେ ବାଲିପାଟଣା ଛକରେ ବିଧାୟକଙ୍କୁ ବିଜେଡିର ଏକ ଗୋଷ୍ଠୀ ଅଣ୍ଡା ମାଡ କରିଥିବା ସୂଚନା ।

ସୂଚନା ଅନୁସାରେ, ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କୁ ବାଲିପାଟଣା ଛକରେ ବିଜେଡ଼ିର ଏକ ଗୋଷ୍ଠୀ ଅଣ୍ଡା ମାଡ କରିବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବାଲିପାଟଣା ଶିଶୁ ଅନନ୍ତ ପୀଠରେ ଆୟୋଜିତ ଶିଶୁ ଅନନ୍ତ ଜୟନ୍ତୀରେ ଯୋଗ ଦେବା ପାଇଁ ବିଧାୟକ ଆସିବା ବେଳେ ତାଙ୍କୁ ପ୍ରବଳ ବିରୋଧ ହୋଇଛି । ବିଧାୟକ ଅଞ୍ଚଳର ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନଥିବା ବିରୋଧି ଗୋଷ୍ଠୀ ଅଭିଯୋଗ ଆଣିଛନ୍ତି ।

ବିଧାୟକଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବିରୋଧ କରିବା, କଳା ପତାକା ଦେଖାଯିବା ସହ ମହିଳା ମାନେ ବିଧାୟକଙ୍କ ଗାଡ଼ି ସାମ୍ନାରେ ବସି ରହିଥିଲେ । ଶେଷରେ ବିଧାୟକ ଙ୍କ ଗାଡ଼ି ପଛକୁ ଫେରିଥିଲା । ପରିସ୍ଥିତିକୁ ସମ୍ଭାଳିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ବିଧାୟକଙ୍କୁ ଅଣ୍ଡା ଫିଙ୍ଗିବା ଅଭିଯୋଗରେ ଜଣେ ଯୁବକକୁ କାବୁ କରି ଥାନାରେ ଅଟକ ରଖିଛି ବାଲିପାଟଣା ଥାନା ପୋଲିସ୍‌ ।