ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ, ଝିଅକୁ ଦେଇଥିଲେ ଶେଷ ମେସେଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ, ଝିଅକୁ ଦେଇଥିଲେ ଶେଷ ମେସେଜ । ତେବେ ମେସେଜରେ ସେ କାହିଁକି ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ ରାଇମୋହନ । ଏବେବି ସନ୍ଦେହ ଘେରରେ ରହିଛି ଯେ, କାହିଁକି ଆତ୍ମହତ୍ୟା କଲେ ବରିଷ୍ଠ ଅଭିନେତା ରାଇମୋହନ । ଘଟଣା ପଛରେ କିଛି ପାରିବାରିକ କାରଣ ଥାଏ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉକି, ଆଜି ଭୁବନେଶ୍ୱର ପଳାଶୁଣି ପ୍ରାଚୀ ବିହାର ସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ପରେ ପୂରା ସ୍ତବ୍ଧ ହୋଇଯାଇଛି ସାର ଓଲିଉଡ । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ଟିମ୍ ଛାନଭିନ୍ କରୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

Related Posts