ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ତେବେ ଆତ୍ମହତ୍ୟାର କାରଣ କଣ ତାହା ଅସ୍ପଷ୍ଟ ରହିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକରେ ବୁଡିଛି ଓଲିଉଡ । ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି । ସୂଚନା ଥାଉକି ଓଡିଆ ଇଣ୍ଡଷ୍ଟ୍ରିଜରେ ଜଣେ କଳାକାର ହିସାବରେ ଥିଲା ତାଙ୍କର ଖ୍ୟାତି । ବିଶେଷକରି ଜଣେ ଖଳନାୟକ ହିସାବରେ ସେ ଥିଲେ ଘରେ ଘରେ ପରିଚିତ । ପ୍ରାୟ ନବେରୁ ଅଧିକ ଓଡ଼ିଆ ସିନେମା ୧୫ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି ରାଇମୋହନ । କେବଳ ଓଲିଉଡ ନୁହେଁ ଯାତ୍ରା ଜଗତରେ ବି ସେ ଥିଲେ ବେଶ୍ ଜଣାଶୁଣା ।

ଏମିତିକି ଅନେକ ବଙ୍ଗଳା ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି । କେବଳ ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାସ୍ କଥା ହେଉଛି ରାଇମୋହନ ପରିଡା କୁନାଲ ପରିଡା ଭାବେ ବେଶ ଜଣାଶୁଣା ଥିଲେ । ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ୧୯୯୮ ସିଂହବାହିନୀ, ସୁନାଭାଉଜ, ମେଣ୍ଟାଲରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ । ରାଇମୋହନ ଥିଲେ କେନ୍ଦୁଝର ନିବାସୀ । କିନ୍ତୁ ସେ ଭୁବନେଶ୍ୱରେ ଆସି ରହୁଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts