ବୈରାଗ୍ୟ ପଛରେ ବେଟା ନାଁ ଟାଟା ?

୫ ଫେବୃୟାରୀ ୨୦୧୯ ଅପରାହ୍ନରେ ସମସ୍ତ ଗଣମାଧ୍ୟମ ଏବଂ ଓଡିଆ ନ୍ୟୁଜ ଚ୍ୟାନେଲରେ ବରିଷ୍ଠ ବିଜେଡି ନେତା ତଥାଗତ ଶତପଥି ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ଏକ ଅପ୍ରତ୍ୟାଶିତ ଖବର ଘୁରି ବୁଲିଲା । ଚାରିଚାରି ଥର ସାଂସଦ ଭାବେ ଆଉ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ତଥାଗତ ଶତପଥିଙ୍କର ନିର୍ବାଚନୀ ରାଜନୀତିରୁ ହଟାତ ବୈରାଗ୍ୟକୁ ନେଇ ଚର୍ଚ୍ଚା ନିଆଁ ଭଳି ବ୍ୟାପିଲା । ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ପବ୍ଲିକ ସମସ୍ତଙ୍କର ଏକମାତ୍ର ପ୍ରଶ୍ନ ଥିଲା ଉପରକୁ ସବୁ ଠିକ୍ ଠାକ୍ ଲାଗୁଥିବା ବେଳେ କ’ଣ ପାଇଁ ତଥାଗତ ୨୦୧୯ ନିର୍ବାଚନରୁ ସନ୍ୟାସ ନେବାର ଏଭଳି ଚରମ ନିଷ୍ପତି ନେଲେ । ଏ ଚର୍ଚ୍ଚା ଯେଭଳି ଅଧିକ ଘାଂଟି ଚକଟି ହେବନାହିଁ ସେଥିପାଇଁ ସାମ୍ବଦିକ ମାନଙ୍କୁ ଅଧିକ ଖିଅ ନଧରାଇବା ପାଇଁ ତଥାଗତ ବାବୁ ଏ ଚରମ ନିଷ୍ପତି ପଛର ଦୁଇଟି  କାରଣ ଦେଲେ । ପ୍ରଥମଟି ହେଲା ନିଜର ଏକମାତ୍ର ଅଲିଅଳ ନାବାଳକ ପୁଅର ଇଚ୍ଛା ବା ଆଶା ଏବଂ ଦ୍ୱିତୀୟଟି ହେଲା ରାଜନୈତିକ ଜୀବନ କାଳରେ ଯେଉଁ ପେଶା ବା ନିଶାକୁ ଅଣଦେଖା କରିଥିଲେ ପୁଣି ଥରେ ସବୁ ଛାଡିଛୁଡି ଦେଇ ତା ପାଖକୁ ଫେରି ଯିବାର ପ୍ରବଳ ଇଚ୍ଛା, ଅର୍ଥାତ ନିଭିକ ଓ ନିରପେକ୍ଷ ସାମ୍ବାଦିକତାରେ ସମ୍ପୂର୍ଣ୍ଣ ସମୟ ଏଣିକି ଦେବେ ।

ଏହି ପୃଷ୍ଠଭୂମିରେ ଯେଉଁ ଗୋଟିଏ କଥା ଏଯାବତ ସନ୍ଦେହ ଆକାରରେ ବାରମ୍ବାର ମୁଣ୍ଡ ଟେକୁଛି ସେ ପ୍ରସଙ୍ଗଟି ହେଲା ଚାରିଚାରି ଥର ସାଂସଦ ହୋଇଥିବା ତଥାଗତ ବାବୁ ଯିଏକି ୫ ତାରିଖର ନିଷ୍ପତିର ଦୁଇ ସପ୍ତାହ ପଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀରେ ଅତି ସକ୍୍ରିୟ ଭାବରେ ରାଜନୈତିକ କାର୍ଯ୍ୟକ୍ରମ ସଭାସମିତି ମେଳା ମହୋତ୍ସବରେ ଏଭଳି ଯୋଗଦାନ ଦେଉଥିଲେ ସେଥରୁ ସ୍ପଷ୍ଠ ବାରି ହୋଇପଡୁଥିଲା ଯେ ୨୦୧୯ ନିର୍ବାଚନ ପାଇଁ ଶତପଥି ବାବୁ ପୁରା ପ୍ରସ୍ତୁତିରେ ଅଛନ୍ତି । ଏପରିସ୍ଥଳେ ପୁଅ କଥାରେ ଓ ସାମ୍ବାଦିକତାର ପ୍ରେମରେ ଗୋଟିଏ ଝଟକାରେ ନିର୍ବାଚନ ରାଜନୀତିକୁ ଛି କରିଦେବେ ତାହା ଅନ୍ତତପେକ୍ଷ ତାଙ୍କୁ ଜାଣିଥିବା ବ୍ୟକ୍ତିମାନେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । କିନ୍ତ ଗୋଟିଏ ଧାଡିରେ ଗଣମାଧ୍ୟମର ଜଟିଳ ଏବଂ ଲମ୍ବାପ୍ରଶ୍ନର ଅକାଟ୍ୟ ଉତର ବା ଜବାବ ରଖୁଥିବା ତଥାଗତ ନିଜର ବୈରାଗ୍ୟ ନିଷ୍ପତି ସମ୍ପର୍କରେ ସେଇଭଳି କାରଣଟିଏ ସାମ୍ନାରେ ରଖିଛନ୍ତିି । ଯେଭଳି ପୁଅର ରାଣକୁ ସାମ୍ନାରେ ରଖିଛନ୍ତି ତେଣୁ ଆଉ ତେଢାମେଢା ବା ଟଣାଉଟରା ପ୍ରଶ୍ନର ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । ହେଲେ ପ୍ରଶ୍ନ ଉଠୁଛି କ’ଣ ସତରେ ପୁଅ ଆଉ ପତ୍ରକାରିତା ପାଇଁ ତଥାଗତ ବାବୁ ଜୀବନର ତୃତୀୟ ପ୍ରେମ ରାଜନୀତିକୁ ଛି କରିଦେଲେ? ତେେବେ ଆଉ ଯେଉଁ କାରଣଟି ଉହ୍ୟ ରହିଯାଇଛି ଆଉ ଝାପସା ଦେଖାଯାଉଛି ସେହି କାରଣ ପାଇଁ ତଥାଗତ ବାବୁ ସମ୍ପୂର୍ଣ୍ଣ ରାଜନୀତିରୁ ନହେଲେବି ଅନ୍ତତପେକ୍ଷ ୨୦୧୯ ରାଜନୀତିରୁ ଦୁରେଇ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ସେହି କାରଣଟ ହେଲା ବେଟା ନୁହେଁ ଟାଟା!

ତଥାଗତ ବାବଙ୍କର ଭାରତ ବର୍ଷର ଶିଳ୍ପ ସାମ୍ରାଜ୍ୟର ସମ୍ରାଟ କୁହାଯାଉଥିବା ଟାଟା କମ୍ପାନୀ ସହ ଦୁଷ୍୍ମନୀ ତଥାଗତ ବାବୁଙ୍କ ପାଇଁ କାଳ ହେଲାବୋଲି କର୍ପୋରେଟ ତଥା ବ୍ୟୁରେ।।କ୍ରାଟ କରିଡୋରରେ ଚର୍ଚ୍ଚା ହେଉଛି । ଟାଟା କମ୍ପାନୀ ସହ ତଥାଗତ ବାବୁଙ୍କ କଡଓା୍ୱ ସମ୍ପର୍କ କାହାକୁ ଅଛପା ନାହିଁ । ଏପରିକି ନିଜ ଖବରକାଗଜରେ ପାର୍ଲ୍ୟାମେଂଟ ଅଭିଭାଷଣରେ ଟୁଇଟରରେ ତଥାଗତ ବାବୁ ଖୁଲମ୍ଖୁଲ୍ଲା କଟୁ ଭାଷାରେ ସମାଲୋଚନା କରି ଟାଟା କମ୍ପାନୀର ଧଜ୍ଜିଆ ଉଡାଇଛନ୍ତି । ବିଜେଡିର କିଛି ବରିଷ୍ଠ ନେତାଙ୍କର କହିବା କଥା ଟାଟା କମ୍ପାନୀ ଏବଂ ରତନ ଟାଟାଙ୍କୁ ଅପଦସ୍ତ କରିବା ହିଁ ତଥାଗତ ଶତପଥି ଏବଂ ନବୀନ ବାବୁଙ୍କ ଭିତରେ ସମ୍ପର୍କ ଖରାପ ହେବାର ମୂଖ୍ୟ କାରଣ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ସମୟରେ ଟାଟା କମ୍ପାନୀ ଏବଂ ରତନ ଟାଟାଙ୍କର ହାତଧରି ନବୀନବାବୁ ନିଜ ସରକାର ଏବଂ ଦଳର ବିଗିଡିଥିବା ଭାବମୂର୍ତୀ ସଜାଡିବାକୁ କସରତ କରୁଥିଲେ ଠିକ ସେହି ସମୟରେ ତଥାଗତ ବାବୁ ଟୁଇଟରରେ ସଂସଦରେ ଟାଟା କମ୍ପାନୀର ବଂଶ ଉଝାଳିବାରେ ବ୍ୟସ୍ତ ଥିଲେ । ଏପରିକି ଟାଟା କମ୍ପାନୀ ଓଡିଶାର ଖଣି ଖାଦାନ ଲୁଟ କରିଛି, ଓ ଏକ ପ୍ରକାର ଲୁଟେରା ବୋଲି ପରୋକ୍ଷରେ କହିବାକୁ ମଧ୍ୟ ପଛାଇ ନଥିଲେ । ତଥାଗତଙ୍କର ଏତାଦୃଶ ଆଚରଣ ନବୀନ ବାବୁଙ୍କୁ ରତନ ଟାଟାଙ୍କ ସାମ୍ନାରେ ଲଜ୍ଜିତ କରାଇଥିଲା । ମନେପକେଇ ଦେଉଛୁ କି ଯେତବେଳେ ଛତ୍ରପୁରଠାରେ ରତନ ଟାଟାଙ୍କର ଉପସ୍ଥିତିରେ “ଜାଗା” ମିଶନର ଶୁଭାରମ୍ଭ ହେଉଥିଲା ସେ ସମୟରେ ଟାଟା ସମ୍ପର୍କରେ ତଥାଗତ ବାବୁ ପ୍ରତିକୂଳ ମନ୍ତବ୍ୟ ରଖି ଓଡିଶା ସରକାର ଏବଂ ବିଜେଡିକୁ ଅଡୁଆରେ ପକାଇଥିଲେ । ସମାନ ଅପ୍ରିତିକର ପରିସ୍ଥିତି ସୃଷ୍ଠି ହୋଇଥିଲା ଯେଉଁଦିନ ରତନ ଟାଟା ଏବଂ ନବୀନ ବାବୁଙ୍କ ଉପସ୍ଥିତିରେ ସଚିବାଳୟରେ ଓଡିଶାରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେମୋରିଆଲ ହସ୍ପିଟାଲ ପାଇଁ ଏମୟୁ ସ୍ୱାକ୍ଷର ହେଉଥିଲା ସେତବେଳେ ମଧ୍ୟ ତଥାଗତଙ୍କର ପ୍ରତିକ୍ରିୟା ଦେଇଥିଲେ । ନିଜ ଶିଳ୍ପ ସାମ୍ରାଜ୍ୟର ଭାବମୂର୍ତୀକୁ ନେଇ ଅତ୍ୟନ୍ତ ଯତ୍ନବାନ ଥିବା ଟାଟା କମ୍ପାନୀ ଏବଂ ରତନ ଟାଟା ତଥାଗତଙ୍କର ଏହି ବ୍ୟବହାରକୁ ହାଲକା ଭାବରେ ନେଇପାରି ନଥିଲେ । ଅନ୍ୟପଟେ ମେକ ଇନ ଓଡିଶା ପାଇଁ ଯେତବେଳେ ଟିମ୍ ନବୀନ ଭାରତରେ ଶିଳ୍ପପତିଙ୍କ ଦୁଆର ଦୁଆର ବୁଲି ଓଡିଶା କନକ୍ଲେଭରେ ଯୋଗଦେବା ପାଇଁ ନିମନ୍ତ୍ରଣ ଭିକ୍ଷା କରୁଥିଲେ ସେତବେଳେ ତଥାଗତଙ୍କର ବ୍ୟବହାରକୁ ନେଇ ନବୀନଙ୍କ ଉପରେ କର୍ପୋରେଟ ଚାପ ପଡିଥିଲା । ପରିଣାମ ସ୍ୱରୂପ ତଥାଗତ ନିଜର ଟାଟା ପ୍ରତି ତାଙ୍କ ମନରେ ଥିବା ନକରାତ୍ମକ ଭାବରେ ପରିବର୍ତନ ଆଣିବା ପାଇଁ ଚାପ ପଡିଥିଲା । ଯାହାକୁ ତଥାଗତ ଗ୍ରହଣ କରିନଥିଲେ ବୋଲି ଚର୍ଚ୍ଚା ହେଉଛି । ହାଇକମାଣ୍ଡଙ୍କ ନିର୍ଦ୍ଧେଶକୁ ବେଖାତିରର ପରିଣାମ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ବିସ୍ତାପିତ କରାଯିବାର ଧମକ । ଯେଉଁଥି ପାଇଁ ତଥାଗତ ବାବୁ ବୈ÷ରାଗ୍ୟ ନିଷ୍ପତି ବାବଦରେ ଏଭଳି ଏକ ବିବାଦ ଆଉ କଳହରହିତ ସୁସ୍ଥ ତଥା ସହଜ ବାହାନାଟିଏ ଗଣମାଧ୍ୟମ ଓ ରାଜନୈତିକ ମହଲକୁ ଛାଡିଛନ୍ତି ବୋଲି ମନେହେଉଛି ।
ତେବେ ଗଣମାଧ୍ୟମକୁ ସନ୍ୟାସ ନିଷ୍ପତି ଦେବାର ଚବିଶ ଘଂଟା ନପୁରୁଣୁ ଭୁବନେଶ୍ୱର ବାସଭବନରେ ନିଜର ପାରମ୍ପରିକ ଶତ୍ରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭେଟ ହେବା ପଛର କାରଣ ତାହେଲେ କ’ଣ? ଏହା ନିଶ୍ଚିତ ଯେ ତଥାଗତ ବିଜେପିରେ ଯୋଗ ଦେଉନାହାନ୍ତି ତା ହେଲେ ଭେଟଘାଟ ପଛର କାହାଣୀ କଣ?ଏହାର ଉତର ପରବର୍ତୀ ରିପୋର୍ଟରେ…

Related Posts