ନିର୍ବାଚନ ଲଢିବେ ନାହିଁ ବୈଜୟନ୍ତ !

ଆଗାମୀ ନିର୍ବାଚନ ଲଢିବେ ନାହିଁ ବୈଜୟନ୍ତ । ଯେତବେଳେ ନିର୍ବାଚନ ମୈଦାନ ସରଗରମ ସେତବେଳେ ପାଠକଙ୍କୁ ଏଭଳି ଧାଡିକିଆ କଠୋର ଖବର ଟିକେ ଝଟକା ଲାଗବା ସ୍ୱାଭାବିିକ୍ । ହେଲେ ବିଳମ୍ବରେ ବିଜେପିରେ ବୈଜୟନ୍ତଙ୍କର ବ୍ରତୋପନୟନ ଏବଂ ତା’ପରେ ତାଙ୍କୁ ଦିଆ ଯାଇଥିବା ରାଷ୍ଟ୍ରୀୟ ଦାୟିତ୍ୱ ଉପରଲିଖିତ ଖବରକୁ ଇଙ୍ଗିତ କରୁଛି । ବୈଜୟନଙ୍କୁ ମିଳିଥିବା ଦାୟିତ୍ୱ ଯେଉଁ ରାଜନୈତିକ ସନ୍ଦେଶକୁ ଇଶାରା ଦେଉଛି ତାହା ହେଲା:-

ଉଣେଇଶ ନିର୍ବାଚନ ପରବର୍ତୀ ରାଜନୈତିକ ଦୃଶ୍ୟପଟ୍ଟରେ ଓଡିଶାରେ ବୈଜୟନ୍ତଙ୍କର ଭୂମିକା ଶୁନ୍ ।

ଧର୍ମେନ୍ଦ୍ରଙ୍କ ସହ କ୍ଷମତା ଯୁଦ୍ଧକୁ ବରଦାସ୍ତ କରାଯିବ ନାହିଁ, ଅର୍ଥାତ ପ୍ରଧାନ’ହିଁ ଓଡିଶାରେ ଭାରତୀୟ ଜନତା ପାର୍ଟିର ଏକମାତ୍ର ଚେହେରା ।

ଯଦିଓ ବୈଜୟନ୍ତ ଉଚ୍ଚ ଶିକ୍ଷିତ, ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେଲେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଆଖିରେ ସେ ଓଡିଶାର ଜଣେ ଲୋକପ୍ରିୟ ଜନନେତା ନୁହଁନ୍ତି ।

ବୈଜୟନ୍ତ ବିଜେଡି ଛାଡିବା ଓ ବିଜେପିରେ ଯୋଗଦେବାରେ ଯେଉଁ ବିଳମ୍ବ ହେଲା ତାର ଅନେକ କାରଣ ଉପରଲିଖିତ ଅନୁଶିଳନରେ ରହିଛି । ସାଧାରଣରେ ଯାହା ଆଶା କରାଯାଉଥିଲା ଯେ ବୈଜୟନ୍ତ ବିଜେପିରେ ମିଶିବେ ଓ ଦଳର ନେତୃତ୍ୱ ନେବେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେବେ ସେ ସମସ୍ତ କଳ୍ପନା ଜଳ୍ପନାର ଆପାତଃତ ଅନ୍ତ ଘଟିଛି, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର ନିଯୁକ୍ତି ପରେ ।

ଆଗାମୀ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ଯେଉଁ ଲଙ୍କା ବିଜୟର ନୀଳନକ୍ସା ପ୍ରସ୍ତୁତ କରାଯାଇଛି ସେଥିରେ ଶ୍ରେଷ୍ଠାଶଂରେ ବୈଜୟନ୍ତଙ୍କୁ ବିଭିଷଣ ଭୂମିକା ମିଳିଛି ତାହା ହେଲା ପଣ୍ଡାବାବୁ ଆଗାମୀ ନିର୍ବାଚନ ଲଢିବେ ନାହିଁ ବରଂ ନିର୍ବାଚନରେ ବିଜେଡିକୁ କିପରି ଧୁଳିସାତ କରାଯିବ ସେ ଦିଗରେ ସେ କାର୍ଯ୍ୟ କରିବେ ।

ବୈଜୟନ୍ତଙ୍କ ସମ୍ଭାବ୍ୟ ଭୂମିକାକୁ ନେଇ ଏଠାରେ ପ୍ରଶ୍ନ ଉଠିପାରେ ସେ କାହିଁକି ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ? ଏହା ବୈଜୟନ୍ତଙ୍କ ନିଷ୍ପତି ନୁହେଁ ବରଂ ଏହା ବିଜେପି ହାଇକମାଣ୍ଡଙ୍କ ନିଷ୍ପତି । ଯେହେତୁ ବୈଜୟନ୍ତଙ୍କ ନାଁରେ ଭୋଟ ନାହିଁ ପରାଜୟର ମଧ୍ୟ ଭୟ ରହିଛି । ତେଣୁ ନିର୍ବାଚନ ହାରି କାହିଁକି ନିଜର ଲୋକପ୍ରିୟତାକୁ ପଦାରେ ପାକେଇବେ ତାହା ପୂର୍ବରୁ ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଏବଂ ଗୁପ୍ତ ଚୁକ୍ତି ଅନୁଯାୟୀ ତିରିଶଟି ବିଧାନସଭା କ୍ଷେତ୍ରରେ ବିଜେଡିର ଚେର କାଟିବେ ।ନିର୍ବାଚନ ପରେ ଓଡିଶା ବା ଯେ କୋଣସି ଭାଜପା ଶାସିତ ପ୍ରଦେଶରୁ ରାଜ୍ୟସଭା ଟିକେଟରେ ସଂସଦକୁ ଯିବେ, ଯଦି ପୁଣିଥରେ ଏନଡିଏ କ୍ଷମତାକୁ ଆସେ ତାହେଲେ ବୈଜୟନ୍ତ ବାବୁ ତାଙ୍କର ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିବେ, କେନ୍ଦ୍ରରେ ମନ୍ତ୍ରୀଟିଏ ହେବେ । ବୈଜୟନ୍ତ ବୋଧହୁଏ ଏକଥା ବୁଝି ନେଇଛନ୍ତି ଦୀର୍ଘ ୧୯ ବର୍ଷ ଧରି ଶାସନ କରିଆସୁଥିବା ବିଜୁ ଜନତା ଦଳ ସହ ସମ୍ମୁଖ ଯୁଦ୍ଧ କରିବା ଅପେକ୍ଷା ବିଜେଡିରେ ୨୦ବର୍ଷର ପୁରୁଣା ସଂପର୍କର ଖିଅ ସବୁକୁ ଏକଯୁଟ କରିବେ ଓ ଶଂଖ ପ୍ରାର୍ଥୀଙ୍କୁ ହରାଇବା କାମ କରିବେ । ତଥା ନିଜ ଧର୍ମପତ୍ନୀଙ୍କ ମାଲିକାନାରେ ଥିବା ଓଡିଶାର ସର୍ବାଧିକ ଲୋକପ୍ରିୟ ଟେଲିଭିଜନ ଓଟିଭକୁ ବ୍ୟବହାର କରି ବିଜେଡିକୁ ଦୁର୍ବଳ କରିବେ ।

Related Posts