“ଭାରତୀୟଙ୍କୁ ଏକାଠି କରିବା ପାଇଁ ହେଉଛି ଭାରତ ଯୋଡ ଯାତ୍ରା”: ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ବିରୋଧରେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଏହି ଯାତ୍ରା ଆରମ୍ଭ କରାଯାଇଛି। ଏହାର ନେତୃତ୍ୱ ଖୋଦ ରାହୁଲ ଗାନ୍ଧି ନେଉଛନ୍ତି। ଏହି ଯାତ୍ରାର ତୃତୀୟ ଦିନରେ ସେ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ, “ଦେଶର ସବୁ ତଦନ୍ତକାରୀ ସଂସ୍ଥା ବିଜେପି ନିୟନ୍ତ୍ରଣରେ ରହିଛି। ସେହିସବୁ ସଂସ୍ଥାକୁ ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବ୍ୟବହାର କରାଯାଉଛି।” କଂଗ୍ରେସକୁ ବଞ୍ଚାଇବା ପାଇଁ ଭାରତ ଯୋଡ଼ୋ ନାଁରେ ପ୍ରୟାସ କରାଯାଉଥିବା ଅଭିଯୋଗ ଉପରେ ରାହୁଲ ଗାନ୍ଧି କହିଛନ୍ତି, ବିଜେପି ଓ ଆରଏସଏସ ନିଜର ମତ ରଖିପାରିବେ। କିନ୍ତୁ ଆମେ ସମସ୍ତ ଭାରତୀୟଙ୍କୁ ଏକାଠି କରିବାକୁ ଏହି ଯାତ୍ରା କରୁଛୁ। ଏହି ଯାତ୍ରା ଦ୍ଵାରା ଦେଶରେ ବଢୁଥିବା ଘୃଣକୁ ରୋକିବାକୁ ଆମେ ପ୍ରୟାସ କରୁଛୁ। ବାସ୍ତବରେ ଦେଶରେ କ’ଣ ଚାଲିଛି ସେକଥା ଜାଣିବା ଓ ଲୋକଙ୍କୁ ଦେଶର ପ୍ରକୃତ ସ୍ଥିତି ବିଷୟରେ ବୁଝାଇବା ପାଇଁ ଏହି ଯାତ୍ରା କରାଯାଉଛି ବୋଲି ରାହୁଲ କହିଛନ୍ତି।

ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ନିର୍ବାଚନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଦେଇଥିବା ଉତ୍ତରରୁ ସ୍ପଷ୍ଟ ହେଉଛି ଯେ ରାହୁଲ ଗାନ୍ଧି ସଂପୂର୍ଣ୍ଣ ଭାବେ ସଭାପତି ଦୌଡ଼ରୁ ବାଦ ପଡ଼ିନାହାନ୍ତି। ସେ ସମ୍ଭବତଃ ସଭାପତି ନିର୍ବାଚନ ଲଢ଼ି ପାରନ୍ତି। ତେବେ କଂଗ୍ରେସ ସଭାପତି ପଦ ପାଇଁ ବହୁ ପ୍ରତିକ୍ଷୀତ ନିର୍ବାଚନ ନଭେମ୍ବର ୧୭ରେ ଅନୁଷ୍ଠିତ ହେବ। ଏହାର ୨ ଦିନ ପରେ ରେଜଲ୍ଟ ବାହାରିବ। ଏଥିପାଇଁ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ଆଶାୟୀମାନେ ନାମାଙ୍କନ ଦାଖଲ କରିପାରିବେ।

Related Posts