ଭାରତ ଯୋଡ଼ ଯାତ୍ରା : ପାରମ୍ପରିକ ବାଥୁକମ୍ମା ନୃତ୍ୟରେ ମହିଳାମାନଙ୍କ ସହ ନାଚିଲେ ରାହୁଲ୍ ଗାନ୍ଧୀ

ହାଇଦ୍ରାବାଦ:ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବେ ତେଲେଙ୍ଗାନାରେ ଜାରି ରହିଛି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ତେଲେଙ୍ଗାନେରେ ଭାରତ ଯୋଡ଼ୋର ପଞ୍ଚମ ଦିନରେ ଗୋଲାପାଲିରୁ ପଦଯାତ୍ରା ଆରମ୍ଭ ହୋଇଛି ।

ତେବେ ଏହି ପଦଯାତ୍ରା ସମୟରେ ରାହୁଲ୍ ଗାନ୍ଧୀ ଦାଣ୍ଡିଆ ଧରି ଗୀତ ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ଭାରତ ଯୋଡ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଲାପାଲିରେ ପାରମ୍ପରିକ ବାଥୁକମ୍ମା ନୃତ୍ୟରେ ମହିଳାମାନଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେଲେଙ୍ଗାନାରେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ ପିଲାଙ୍କ ସହ ପିଲା ଟିଏ ହୋଇ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ କି ତେଲେଙ୍ଗାନାରେ ପଞ୍ଚମ ଦିନରେ ପହଞ୍ଚିଛି ଭାରତ ଯୋଡ ଯାତ୍ରା । ଏଥିରେ 20 କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିଥିବା ଜଣାପଡିଛି ।

ଅନ୍ୟପଟେ, ଶନିବାର ଏକ ସାଧାରଣ ସଭାକୁ ସମ୍ବୋଧିତ କଲାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “ଯଦି ତେଲେଙ୍ଗାନାରେ କଂଗ୍ରେସ କ୍ଷମତାକୁ ଆସେ, ତେବେ ବୁଣାକାରମାନେ ହସ୍ତତନ୍ତ ଦ୍ରବ୍ୟରେ ଯେଉଁ ଜିଏସି ଦେଉଛନ୍ତି ତାହା ଫେରସ୍ତ ପାଇବେ । ଗତ 35 ବର୍ଷ ତୁଳନାରେ ଆଜି ଭାରତରେ ସର୍ବାଧିକ ଲୋକ ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି । ଅନ୍ୟପଟେ ଦେଶରେ ଦୁନିଆର ସବୁଠାରୁ ଧନୀଲୋକ ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମର୍ଥନ କରୁଛନ୍ତି । ଏମାନେ ରାଜନୈତିକ ଦଳ ନୁହେଁ ବରଂ ବ୍ୟବସାୟିକ ପ୍ରତିଷ୍ଠାନ ।”

Related Posts