ଭେଡେନ ଗଣ-ବଳାକ୍ତାର ଓ ହତ୍ୟା ମାମଲା: ସାମ୍ନାକୁ ଆସିଲା ପୋଲିସ୍‌ର ପାଖଣ୍ଡି ଚେହେରା

ଭେଡେନ ଗଣବଳାତ୍କାର ମାମଲାରେ ମାନବାଧିକାର ଉଲ୍ଲଘଂନ କରିଛି ପୋଲିସ । ପୀଡ଼ିତାଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ତୁରନ୍ତ ରୁଜୁ କରିବାକୁ ଏସ୍‌ପିଙ୍କୁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନଯିବ ବୋଲି ପ୍ରଶ୍ନ କରିଛନ୍ତି OHRC ।

ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2 ଜଣଙ୍କୁ ହତ୍ୟା ମାମଲାରେ ପୋଲିସର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୀଡ଼ିତଙ୍କ ଏତଲା ଆଧାରରେ ମାମଲା ରୁଜୁ କରିନଥିବାରୁ ପୋଲିସ ସେପ୍ଟେମ୍ବର 20ରେ ଦେଇଥିବା ରିପୋର୍ଟକୁ କମିସନ ଅଗ୍ରାହ୍ୟ କରିଛନ୍ତି । ପୋଲିସ ନିୟମ ଅନୁସାରେ କାମ କରିନଥିବାରୁ ପୀଡ଼ିତଙ୍କର ମାନାବଧିକାର କ୍ଷୁର୍ଣ୍ଣ ହୋଇଛି । ତେଣୁ ଅଭିଯୋଗକାରୀ 2017ରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବାକୁ  ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି OHRC  । ପୋଲିସର ନିଷ୍କ୍ରୀୟତା ଯୋଗୁଁ ପୀଡ଼ିତାମାନେ ସମସ୍ୟା ଭୋଗୁଛନ୍ତି । ତେଣୁ ତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନଯିବ ତାହା ଜଣାଇବାକୁ ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC ।

ପ୍ରଜାକୋର୍ଟରେ  ବାସନ୍ଦ ହୋଇଥିବା ଗୋଟିଏ ପରିବାରର 3 ଜଣ ମହିଳାଙ୍କୁ 23.09.2016ରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ମହିଳାଙ୍କୁ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ପରେ ଗାଁ ଲୋକଙ୍କ ନିକଟରେ ଉକ୍ତ ମହିଳାମାନଙ୍କୁ ଛାଡ଼ିଦେଇଥିଲେ । କିଛି ଗାଁ ଲୋକ ମଧ୍ୟ 10 ଦିନ ଯାଏ ଜଙ୍ଗଲରେ ରଖି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଖସିଆସିଥିବା ବେଳେ ଅନ୍ୟ 2 ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଏହା ପରେ ଖସି ଆସିଥିବା ମହିଳା ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ । 2017 ମସିହାରେ ଉକ୍ତ ମହିଳାଙ୍କ ଭାଇ ବରଗଡ଼ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ 19 ଜୁଲାଇ 2017ରେ ଅଭିଯୋଗ କରିଥିବା ଭାଇଙ୍କୁ ହତ୍ୟା କରାଯାଇଥିଲା ।

ଆଇନଜିବୀ ନିଶିକାନ୍ତ ମିଶ୍ରଙ୍କ ଜରିଆରେ ଅଭିଯୋଗକାରିଣୀ ମାନବାଧିକାର କମିସନଙ୍କ ନିକଟରେ ପହଞ୍ଚି ଘଟଣାରେ ପୋଲିସ ଓ କିଛି ଗାଁ ଲୋକଙ୍କ ହାତ ରହିଥିବା ଅଭିଯୋଗ କରିଥିଲେ  । ସେବେଠାରୁ ପୀଡ଼ାତାଙ୍କ ପରିବାର ଆଇନଜିବୀ ନିଶିକାନ୍ତ ମିଶ୍ରଙ୍କ ସହାୟତାରେ ସେମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ନ୍ୟାୟିକ ସଂଗ୍ରାମ କରୁଛନ୍ତି ।

Related Posts