ଦୁଇ ଦଳତ୍ୟାଗୀଙ୍କ ଭାଗ୍ୟ: ଜଣେ ସାଂସଦ ହେଲେ ଜଣେ ଚାପୁଡ଼ା ଖାଇଲେ

ଜଣେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ସାଂସଦ ହେଲେ । ଅନ୍ୟ ଜଣେ ବିଜେଡି ପ୍ରେମରେ ଚାପୁଡ଼ା ଖାଇଲେ । ଗତକାଲିର ଘଟଣାକୁ ଦେଖିଲେ ରାଜନୀତିରେ ଭାଗ୍ୟର ଗୁରୁତ୍ବ ଜଣାପଡ଼େ । ରାଜନୀତି କେତେବେଳେ କାହାକୁ କୋଉଠି କି ନେଇଯାଏ ତାହା କାହାକୁ ବି ଜଣା ନଥାଏ । ସେଥିପାଇଁ ତ ନିର୍ବାଚନ ଲଢ଼ିବା ପୂର୍ବରୁ ସବୁ ରାଜନେତା ନିଜର ଗ୍ରହ ନକ୍ଷେତ୍ର ଠିକ୍ ଅଛି କି ନାହିଁ  ଜାଣିବାକୁ ଜ୍ୟୋତଷଙ୍କ ନିକଟକୁ ଜାତକ ନେଇ ଯାଇଥାନ୍ତି । ହେଲେ ଗତକାଲି କଂଗ୍ରେସର ଜଣେ କର୍ମୀ ନିଜର ଜାତକ ଜ୍ୟୋତିଷଙ୍କୁ ନଦେଖାଇ ବିଜେଡିରେ ଯୋଗଦେବାକୁ ଯାଇଥିଲେ । ଆଉ ସେଠାରେ ସେ ତାଙ୍କ ଆଦର୍ଶ ନେତାଙ୍କଠାରୁ ଚାପୁଡ଼ା ଖାଇଥିଲେ । ସଂଗ୍ରାମଙ୍କ ବିଜେଡି ପ୍ରେମ ଏତେ ଥିଲା ଯେ ଚାପୁଡ଼ା ଖାଇବା ପରେ ବି ସେ ଏହାକୁ ମାଡ଼ ନୁହେଁ ବରଂ ତାଗିଦ ବୋଲି କହିବାକୁ ପଛାଇନାହାନ୍ତି । ଅନ୍ୟ ପଟେ 2019 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁରରୁ ବିଜେଡି ଟିକେଟ୍‌ ହାତେଇ ସାଂସଦ ହେବାରେ ସକ୍ଷମ ହୋଇଛନ୍ତି ।  ଏହାକୁ କୁହାଯାଏ ରାଜନୀତିରେ ଭାଗ୍ୟ ।

Related Posts